www.samajalive.in
Saturday, December 6, 2025
16.1 C
Bhubaneswar

ଅଦାଲତ ପରିଚାଳିତ ତଦନ୍ତରେ ସିବିଆଇକୁ ଅଟକାଇ ପାରିବେନି ରାଜ୍ୟ ସରକାର : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ଅଦାଲତ ଦ୍ବାରା ପରିଚାଳିତ ସିବିଆଇ ତଦନ୍ତ ମାମଲାରେ ଏହି ସଂସ୍ଥାର ପ୍ରବେଶ ଉପରେ କୌଣସି ରାଜ୍ୟ ସରକାର କଟକଣା ଲାଗୁ କରିପାରିବେ ନାହିଁ। ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ। ସମ୍ପ୍ରତି ପଶ୍ଚିମବଙ୍ଗ ସରକାର ଓ ସିବିଆଇ ମଧ୍ୟରେ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ କହିଛନ୍ତି ଯେ ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ସିବିଆଇ ପଶ୍ଚିମବଙ୍ଗ ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଛି। ଏଭଳି ତଦନ୍ତକୁ ରାଜ୍ୟ ସରକାର ଅଟକାଇ ପାରିବେ ନାହିଁ କିମ୍ବା ଏଭଳି ମାମଲାରେ ରାଜ୍ୟରେ ପ୍ରବେଶ ପାଇଁ ସିବିଆଇକୁ ଅଟକାଇ ପାରିବେ ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସିବିଆଇ ସାମ୍ବିଧାନିକ ସଂସ୍ଥା ନୁହେଁ; ଏହା ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ଆଇନ-୧୯୪୬ ଆଧାରରେ ପ୍ରତିଷ୍ଠିତ। ସିବିଅାଇ କୌଣସି ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ସମ୍ପୃକ୍ତ ରାଜ୍ୟରେ ତଦନ୍ତ କରିବାର ବ୍ୟବସ୍ଥା ଏଥିରେ ରହିଛି। ଏହାଛଡ଼ା ଅଦାଲତ ନିର୍ଦେଶକ୍ରମେ ସିବିଆଇ କୌଣସି ରାଜ୍ୟ ସରକାରଙ୍କ ବିନାନୁମତିରେ ସମ୍ପୃକ୍ତ ରାଜ୍ୟରେ ତଦନ୍ତ କରିପାରିବେ ବୋଲି ସିଂହ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories