www.samajalive.in
Tuesday, December 9, 2025
15.1 C
Bhubaneswar

ମୟୂରଭଞ୍ଜରେ କ୍ରୀଡ଼ାମନ୍ତ୍ରୀ – ତଦାରଖ କରିବେ କ୍ରୀଡ଼ା ଭିତ୍ତିଭୂମି

ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ସୁଦୃଢୀକରଣ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ବିଭିନ୍ନ ଜିଲାରେ କ୍ରୀଡ଼ା ଭିତ୍ତିଭୂମି କାର୍ୟ୍ୟର ଅଗ୍ରଗତି ନେଇ ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଉଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା ଲାଗି ଶନିବାର ମୟୂରଭଞ୍ଜ ଗସ୍ତ କରିଛନ୍ତି। ମନ୍ତ୍ରୀ ଜିଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଏବଂ ଜିଲା କ୍ରୀଡ଼ା ଅଧିକାରୀଙ୍କ ସହିତ ବୈଠକ କରିବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଏହାଛଡ଼ା ବାରିପଦାସ୍ଥିତ ସନ୍ତରଣାଗାର ଏବଂ ମିନି ଷ୍ଟାଡ଼ିୟମ ମଧ୍ୟ ପରିଦର୍ଶନ କରିବେ।

ରବିବାର ଓ ସୋମବାର ମନ୍ତ୍ରୀ ତୁଷାରକାନ୍ତି ସାରସକଣା, ବାଙ୍ଗିରୀପୋଷି, ଯଶିପୁର, ଟାଟୁ, କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା ଏବଂ ଗୋଲାଗାଡିଆ ମିନି ଷ୍ଟାଡ଼ିୟମ ପରିଦର୍ଶନ କରିବେ। ଓଡ଼ିଶାକୁ କ୍ରୀଡ଼ା ହବ୍‌ରେ ପରିଣତ କରିବା ନେଇ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର ସଫଳ ରୂପାୟନ ନିମନ୍ତେ ମନ୍ତ୍ରୀ ନିୟମିତ ବିଭିନ୍ନ ଜିଲା ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସୁଦୃଢୀକରଣ କାର୍ୟ୍ୟକ୍ରମର ତଦାରଖ ଉପରେ ଗୁରୁତ୍ବ ଦେଉଛନ୍ତି। ତୃଣମୂଳସ୍ତରରେ କିପରି ଅଧିକ କ୍ରୀଡ଼ା ପ୍ରତିଭା ଚିହ୍ନଟ କରାଯାଇପାରିବ ଏବଂ ଆଧୁନିକ ତାଲିମ ଯୋଗାଇ ଦେଇ ରାଜ୍ୟରୁ ଅଧିକ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରାଯିବ ସେଥିନେଇ କ୍ରୀଡ଼ା ବିଭାଗ ଗୁରୁତ୍ବ ଦେଇଆସୁଛି। ଆଗାମୀ ଦିନରେ ମନ୍ତ୍ରୀ ସମସ୍ତ ଜିଲା ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମି ଓ ସମସ୍ତ କାର୍ୟ୍ୟର ତଦାରଖ କରିବାର କାର୍ୟ୍ୟକ୍ରମ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories