www.samajalive.in
Saturday, December 13, 2025
27.1 C
Bhubaneswar

ରାଷ୍ଟ୍ର ଗଠନରେ ମହିଳାଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଓମେନ୍ସ୍”  ପକ୍ଷରୁ  ରାଜ୍ୟସ୍ତରୀୟ ମାତୃ ସମ୍ମିଳନୀ  ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଣିକ ଯୁଗରେ ମା’ ସୁଭଦ୍ରାଙ୍କଠାରୁ ଆରମ୍ଭ କରି ସ୍ୱାଧିନତା ସମୟରେ ଝାନସି ରାଣୀ ଲକ୍ଷ୍ମୀବାଈ, ଶାରଳା ଦେବୀ, ରମା ଦେବୀ ଆଦିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ରାଷ୍ଟ୍ର ଗଠନରେ ମହିଳାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ରକ୍ଷା କରି ମହିଳାମାନେ ରାଷ୍ଟ୍ର ଗଠନରେ ବ୍ରତୀହେବା ପାଇଁ ଆହ୍ୱାନ ଦେଇଥିଲେ।

ସରୋଜିନୀ ମହାନ୍ତିଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସକଡା ବିଶ୍ୱନାଥ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଭଗବତୀ ମହନ୍ତ, କବିତା ବାରିକ,  ଅହଲ୍ୟା ମଲ୍ଲିକ, ଡ. ସୁଚିତା ରାଉତ,  ଜୟଶ୍ରୀ ଜେନା,  ଜାମ୍ବୋବତୀ ଭୋଇ, ସୁଚେତା ଗୁପ୍ତା,  ସୁରଜ ମହାକୁଡ଼ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଂଯୋଜକ  କୃଷ୍ଣପ୍ରସାଦ ବାରିକ ସ୍ୱାଗତ ଭାଷଣ ପ୍ରଦାନ ଦେଇଥିବାବେଳେ ସଭାନେତ୍ରୀ ସରୋଜିନୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳା ସଂକୀର୍ତ୍ତନ ମଣ୍ଡଳୀକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିଶୁ ପ୍ରତିଭା ବିପ୍ସା ସୋନାଲି, ସୁସାହିତ୍ୟିକା ଅଞ୍ଜନା ଜେନା,  ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ମଧୁସ୍ମିତା ମହାନ୍ତି, ବରିଷ୍ଠ ସାମ୍ବାଦିକ ଶରତ କୁମାର ପରିଡ଼ାଙ୍କୁସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories