ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ, ୩ ଉଦ୍ଧାର

କଟକ: ଜଗତପୁରଥାନା ବାରଗୋଡ଼ିଆ ନିକଟ ମହାନଦୀରୁ ବାଲିଉଠାଉଥିବା ସମୟରେ ଅଘଟଣ। ପୁଲିସ ଭୟରେ ମହାନଦୀକୁ ଡିଆଁ ମାରିଲେ ୪ଜଣ ଯୁବକ। ୩ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ନିଖୋଜ ଯୁବକଙ୍କ ପରିଚୟ ମିଳିଛି ଏବଂ ସେ ଜଗତପୁର ଅଞ୍ଚଳର ସେକ୍‌‌ ତଲିମ୍‌‌ ବୋଲି ଜଣାପଡ଼ିଛି।

ଜଗତପୁରଥାନା ବାରଗୋଡ଼ିଆ ନିକଟ ମହାନଦୀରେ ବିଳମ୍ବିତ ରାତିରେ ଖଣି ବିଭାଗ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ସେଠାରେ ବାଲି ଉଠାଉଥିବା ୪ଜଣ ଯୁବକ ପୁଲିସକୁ ଦେଖି ଭୟରେ ମହାନଦୀକୁ ଡେଇଁ ପଡ଼ିଥିଲେ। ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀକୁ ପୁଲିସ ଖବର ଦେଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ଜଣ ଯୁବକଙ୍କୁ ଉଦ୍ଧାର କରିଥିଲା। ତେବେ ଅନ୍ୟ ଜଣେ ଯୁବକ ନିଖୋଜ ହୋଇଯାଇଥିଲା। ନିଖୋଜ ଯୁବକକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Comments are closed.