www.samajalive.in
Friday, December 12, 2025
27.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ, ୧୦ରୁ ଅଧିକ ଆହତ

କରଞ୍ଜିଆ: କରେଞ୍ଜିଆ- ଚଢ଼େଇଭୋଳ ରାସ୍ତାର ଭଅଁରା ନିକଟରେ ସଡ଼କ ଦୁର୍ଘଟଣାରେ ୧୦ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍କୁଲ ବସ ଯାଉଥିଲା। କରେଞ୍ଜିଆ- ଚଢ଼େଇଭୋଳ ରାସ୍ତାର ଭଅଁରା ନିକଟରେ ଭାରସାମ୍ୟ ହରାଇ ସ୍କୁଲ ବସଟି ଓଲଟି ପଡ଼ିଥିଲା। ସ୍କୁଲ ବସଟି ଓଲଟି ପଡ଼ିବାରୁ ୧୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଣେ ଡ୍ରାଇଭର ଆହତ ହୋଇଥିଲେ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲକୁ ପଠାଇଥିଲେ। ଅପରପକ୍ଷରେ ସ୍କୁଲ ବସ ଓଲଟି ପଡ଼ିବା ଘଟଣାରେ ଡ୍ରାଇଭର, ହେଲପର ଏବଂ ଅନ୍ୟକର୍ମଚାରୀଙ୍କୁ ପୁଲିସ ପଚରାଉଚୁରା କରୁଛି। ଭାରସାମ୍ୟ ହରାଇ ସ୍କୁଲ ବସ ଓଲଟି ପଡ଼ିଛି ବୋଲି କୁହାଯାଉଥିବାବେଳେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଥିବା ପୁଲିସ ସୂଚନା ଦେଇଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories