www.samajalive.in
Saturday, December 13, 2025
23.1 C
Bhubaneswar

ସୁସ୍ଥ, ସୁନ୍ଦର ଏବଂ ସ୍ବଚ୍ଛ ପରିବେଶରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ ଆମର ଲକ୍ଷ୍ୟ:ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଭୁବନେଶ୍ବର: ପ୍ରତ୍ୟେକ ଶିଶୁ ଆମ ପାଇଁ ଅମୂଲ୍ୟ। ସେମାନଙ୍କ ଶୈଶବର ପୂର୍ଣ୍ଣ ବିକାଶ ପାଇଁ ଆବଶ୍ୟକ ଉପଯୁକ୍ତ ପୋଷଣ, ଗୁଣାତ୍ମକ ଶିକ୍ଷା, ଶାରୀରିକ ମାନସିକ ତଥା ମେଧା ଶକ୍ତିର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏକ ସୁସ୍ଥ, ସୁନ୍ଦର ଏବଂ ସ୍ବଚ୍ଛ ପରିବେଶରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରି ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ଭରି ଦେବା ଆମର ଲକ୍ଷ୍ୟ ବୋଲି ମହିଳା ଓ ଶିଶୁ ବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ବିଭାଗ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ କାର୍ଯ୍ୟକ୍ରମ କୁ ଆଭାସୀ ମାଧ୍ୟମରେ ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି।
ଆଜି ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସବୁ ଜିଲ୍ଲାରୁ ଡିଏସଡବ୍ଲ୍ୟୁଓ , ସିଡିପିଓ, ଅଙ୍ଗନବାଡି ସୁପର୍ ଭାଇଜର, କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଅଙ୍ଗନବାଡି ଶିଶୁମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭାଗୀୟ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଏବଂ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ କ୍ଷେତ୍ର କର୍ମଚାରୀମାନଙ୍କୁ ଅଧିକ ତାଲିମ୍ ପ୍ରଦାନ କରାଯିବ ବୋଲି କହିବା ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ର ଏକ ପ୍ରମୁଖ ଅଙ୍ଗ ହୋଇଥିବାରୁ ଏଗୁଡ଼ିକ ସଶକ୍ତ କରିବା ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରିଥିଲେ।

 

- Advertisement -

ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ନିତ୍ୟାନନ୍ଦ ବାରିକ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ସପ୍ତାହ ପାଳନ ଅବସରରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କୁ ନେଇ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକ ସୂଚନା ଦେଇଥିଲେ। ୟୁନିସେଫର ନ୍ୟୁଟ୍ରିସନ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଶିଶୁମାନଙ୍କ ପାଇଁ ଉପଯୁକ୍ତ ପୋଷଣ ର ଗୁରୁତ୍ଵ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।
ପ୍ରକାଶ ଥାଉକି, ୨୦୧୭ ମସିହାରୁ ରାଜ୍ୟସରକାରଙ୍କ ସମ୍ପୂର୍ଣ୍ଣ ନିଜସ୍ବ ଯୋଜନା ଭାବେ “ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା” ରେ ଅଙ୍ଗନବାଡି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ୨୦୨୦-୨୧ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଯୋଜନାରେ ପ୍ରାକ୍ ବିଦ୍ୟାଳୟ ଶିଶୁ ମାନଙ୍କୁ ଏକ ହଳ ଜୋତା , ମୋଜା ଓ ସ୍ବେଏଟେର ପ୍ରଦାନ କରାଯାଉଛି। ଶିଶୁ ଦିବସ ଅବସରରେ ରାଜ୍ୟର ୭୨,୫୮୭ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଆଜି ଜୋତା,ମୋଜା,ସ୍ବେଟେର , ବଣ୍ଟନ କରା ଯାଇଛି। ପୂର୍ବରୁ ସେପ୍ଟେମ୍ବର ମାସ ରେ ଶିଶୁ ମାନଙ୍କୁ ୨ ଯୋଡା ୟୁନିଫର୍ମ୍ ପୋଷାକ ପ୍ରଦାନ କରାଯାଇଥିଲା। ଆଜି ମଧ୍ୟ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶିଶୁ ମାନଙ୍କ ପାଇଁ ସୁଲଭ ଖେଳଣା, ଟେବୁଲ୍, ଚେୟାର ଆଦି ଆସବାବ ପତ୍ର ବଣ୍ଟନ କରାଯାଇଛି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ କଳା ଜୋତା, ଗୋଲାପି ରଙ୍ଗର ମୋଜା ଏବଂ ଭି- ନେକ୍ ଖଇରିଆ ରଙ୍ଗର ପୁରା ହାତ ସ୍ବେଏଟେର ଦିଆ ଯାଇଛି। ଏହି ଯୋଜନାରେ ରାଜ୍ୟର ୩ ରୁ ୬ ବର୍ଷର ୧୭ ଲକ୍ଷ ୪୨ ହଜାର ଶିଶୁ ଉପକୃତ ହେବେ। କୋଭିଡି ନିୟମ ପାଳନ ସହ ଏହି ସବୁ ସାମଗ୍ରୀ ବଣ୍ଟନ ସମୟରେ ଅଙ୍ଗନବାଡି କେନ୍ଦ୍ରରେ ମାତୃ କମିଟି, ଯାଂଚ କମିଟି, ଅଭିଭାବକ,ଏବଂ ସ୍ଥାନୀୟ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଆଭାସୀ କାର୍ଯ୍ୟକ୍ରମରେ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପୋଷାକ ସିଲାଇ କରୁଥିବା ଏବଂ ସ୍ବେଏଟେର ବୁଣୁଥିବା ନବରଙ୍ଗପୁର ଓ ସୁନ୍ଦରଗଡ ଜିଲ୍ଲାର ଦୁଇ ଜଣ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସମେତ ମୟୁରଭଞ୍ଜ ଜିଲାର ଅଙ୍ଗନବାଡି କର୍ମୀ, ରାୟଗଡା ଓ ନୂଆପଡା ଜିଲାର ସିଡିପିଓ ମାନେ ଅଙ୍ଗନବାଡି କେନ୍ଦ୍ର ପରିଚାଳନା ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ୟୁନିସେଫର ରାଜ୍ୟ ପରାମର୍ଶ ଦାତା ମଧୁମିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସିନିୟର ପରାମର୍ଶ ଦାତା ସୋନାଲି ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ। ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ବିତରଣ ଦ୍ବାରା ପିଲା ମାନଙ୍କ ମଧ୍ୟରେ ଅଙ୍ଗନବାଡି ଆସିବା ପାଇଁ ଆଗ୍ରହ ସୃଷ୍ଟି ହେବ ଏବଂ ସମାନତା ଓ ଆତ୍ମ ବିଶ୍ୱାସ ବଜାୟ ରଖିବା ରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଇଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories