କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଦେବଗିରି ଶୈବପୀଠନିକଟରେ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଗୃହ ସମାରୋହ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡର ଉପଦେଷ୍ଟା ସୁଧିର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଶୃଙ୍ଖଳିତ ଜୀବନ ଯାପନ କରିବା ଅପରିହାର୍ଯ୍ୟ। କାରଣ ଶୃଙ୍ଖଳିତ ଜୀବନଧାରା ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ଏବଂ ଏହା ସେମାନଙ୍କ ପାଇଁ ସଫଳତା ଆଣିଦେଇପାରିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦେବାଶିଷ କର, ଗୋଷ୍ଠୀଉନୟନ ଅଧିକାରୀ ସୁଧାକର ରଇତ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ନିର୍ମଳା କାଡ୍ରାକା, କଲେଜ ସଭାପତି ଭି.ୱାରା ପ୍ରସାଦ ରାଓ, ରାୟଗଡା କଲେଜର ପୂର୍ବତନ ଅଧ୍ୟାପକ ସୂର୍ୟ୍ୟ ନାରାୟଣ ତ୍ରିପାଠୀ ଓ ଦେବଗିରି କଲେଜର ସମ୍ପାଦକ ମାଉଡି ବାରିକ ଉପସ୍ଥିତ ଥିଲେ।



