ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ସପ୍ତରଙ୍ଗ ଉଦଘାଟିତ

ସମ୍ବଲପୁର :  ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସମ୍ବଲପୁର ଠାରେ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ରିଂ ରୋଡ କଡରେ ସ୍ଥିତ ସହିଦ ସ୍ମୃତି ଭବନ ଠାରେ ଓଡିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ‘ସପ୍ତରଙ୍ଗ’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀକୁ ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ଉଦଘାଟନ କରିଛନ୍ତି । ସୋମବାର ଅପରାହ୍ନରେ ଉଦଘାଟନୀ ଉତ୍ସବରେ ଜିଲାପାଳ ଶ୍ରୀମତୀ ଦାସ ଯୋଗ ଦେଇ ଶିଳ୍ପୀ ମାନଙ୍କର ସୃଜନଶୀଳ କଳାର ପ୍ରଶଂସା କରି ଉତ୍ସାହିତ କରିଥିଲେ । ଉଦଘାଟନୀ ଉତ୍ସବରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ସହିତ ପ୍ରଦର୍ଶନୀର ଆଭିମୁଖ୍ୟ ସର୍ମ୍ପକରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଜରିଆରେ ଅଞ୍ଚଳର ଶିଳ୍ପୀ ମାନଙ୍କ କଳାର ଉନ୍ନତି ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚିତ୍ର ଶିଳ୍ପୀ ଋକ୍ମଣୀ ବଲ୍ଲଭ ପ୍ରଧାନ, ଚିଣ୍ଟୁ ପ୍ରସାଦ ନାୟକ, ମନୀଷା ଦାସ, ସୁଦର୍ଶନ ନାଗ, ଦେବନାରୀ ମାରୀ, ସୁବ୍ରତ ମଲ୍ଲିକ, ଦୁର୍ଗା ପ୍ରସାଦ ଦାସ, ବିଷ୍ଣୁପଦ ସେନାପତି, ରୂପକଳ୍ପ ବାରିକ, ବିନୋଦ କୁମାର ଭୂୟାଁ, ଉମେଶ, ଶଶିକାନ୍ତ ରାଉତ, ମୀନାକ୍ଷୀ ମିଶ୍ର, ସରୋଜ ପଟେଲ, ଦୀପକ କୁମାର ମହନ୍ତ, ପୂର୍ଣ୍ଣଚନ୍ଦ୍ର ମହାତୋ, କେଦାର ନାୟକ, ଅଞ୍ଜନ କୁମାର ସାହୁ, ପ୍ରଶନ୍ନ କୁମାର ସ୍ୱାଇଁ, ଦୀପକ କୁମାର ମିଶ୍ର, ସଞ୍ଜୟ କୁମାର ଙ୍କ ସମେତ ଅନେକ କଳାକାର ମାନଙ୍କର ଚିତ୍ର କଳାକୃତି ପ୍ରଦର୍ଶିତ ହେଉଛି । ଏହି ପ୍ରଦର୍ଶନୀ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉନ୍ନୁକ୍ତ ରହିବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଜିଲାପାଳ ଦାସଙ୍କୁ ହସ୍ତନିର୍ମିତ ତାଙ୍କର ଫଟୋ ଚିତ୍ର (ପୋଟ୍ରେଟ) ସମ୍ବଲପୁରର ପ୍ରଖ୍ୟାତ ଶିଳ୍ପୀ ସଞ୍ଜୟ ସାହୁ ଓ କୁଲଦୀପ ବର୍ମା ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ।

kalyan agarbati

Comments are closed.