www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରବାସ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ : ଖାଇବା ଖର୍ଚ୍ଚ ଦେବେ ସରକାର, ବଡ଼ଙ୍କ ପାଇଁ ଦିନକୁ ୧୨୦, ପିଲାଙ୍କ ପାଇଁ ୧୦୦ ଟଙ୍କା

ଭୁବନେଶ୍ଵର: କରୋନା ଭୂତାଣୁ ଯୋଗୁ ଦେଶରେ ଲକଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ପ୍ରାୟ ୫ ଲକ୍ଷ ଶ୍ରମିକ ଫେରିବା ନେଇ ସରକାର ଆକଳନ କରୁଥିବାବେଳେ ଏହି ସଂଖ୍ୟା ୧୦ ଲକ୍ଷ ହେବ ବୋଲି କୁହାଯାଉଛି। ତେବେ ଶ୍ରମିକମାନେ ଫେରିବା ପରେ ପ୍ରଥମେ କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ବାଧ୍ୟତାମୂଳକ। ତେଣୁ କ୍ବାରେଣ୍ଟାଇନ ସେଣ୍ଟର କିମ୍ବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହିବା ସମୟରେ ଯେଉଁ ଖର୍ଚ୍ଚ  ହେବ ତାହାକୁ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୁଣ୍ଡ ପିଛା ଖର୍ଚ୍ଚ ସମ୍ପର୍କିତ ଏକ ଗାଇଡ୍‌ଲାଇନ ସରକାରଙ୍କ ପକ୍ଷରୁ ଜାରି ହୋଇଛି।

ଗାଇଡ୍‌ଲାଇନ ଅନୁସାରେ, ବୟସ୍କ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବାବଦରେ ଦୈନିକ ମୁଣ୍ଡ ପିଛା ୧୨୦ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୧୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ୧୪ ଦିନ ରହିବା ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଟୁଥ ବ୍ରଶ, ପେଷ୍ଟ, ଟଙ୍ଗ କ୍ଲିନର, ସାବୁନ, ତେଲ, ମାସ୍କ, ସାନିଟାରୀ ପ୍ୟାଡ୍‌, ମଗ୍‌, ବଟଲ, ବାଲତି ଆଦି ପାଇଁ ମୁଣ୍ଡ ପିଛା ୩୦୦ ଟଙ୍କା ଖର୍ଚ୍ଚ ହେବ। ପ୍ରତି ବେଡ୍‌ ପିଛା ୨ଟି ବେଡ୍‌ଶିଟ୍‌ ଏବଂ ତକିଆ କିଣାଯିବ। ଯଦି ଏହା ନ ମିଳେ, ତେବେ ଭଡ଼ାସୂତ୍ରରେ ଅଣାଯିବ। କ୍ବାରେଣ୍ଟାଇନ ସେଣ୍ଟର ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ସଫେଇ, ସାନିଟେଶନ, ସୁରକ୍ଷା ବାବଦରେ ଦୈନିକ ୨୦୦୦ ଟଙ୍କା ଖର୍ଚ୍ଚ କରାଯିବ।

- Advertisement -

ବେଡ୍‌ ପାଇଁ ଗଦି, ତକିଆ କିଣାଯାଇ ନ ପାରିଲେ ସେସବୁକୁ ଭଡ଼ାରେ ଅଣାଯିବ। ଯେଉଁ ବ୍ୟକ୍ତି କ୍ବାରେଣ୍ଟାଇନ ସେଣ୍ଟରରେ ରହିବେ ତାଙ୍କର ସମସ୍ତ ତଥ୍ୟ ରେଜିଷ୍ଟରରେ ଉଲ୍ଲେଖ କରାଯିବ। ପରେ ତାହାକୁ ଜିଲା ପ୍ରଶାସନର ୱେବସାଇଟ୍‌ରେ ଅପଲୋଡ୍‌ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories