www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଯୋଦ୍ଧା : କର୍ତ୍ତବ୍ୟ ପାଇଁ ବିବାହ ସ୍ଥଗିତ ରଖିଲେ ଚିତ୍ତରଞ୍ଜନ 

ସମ୍ବଲପୁର : କରୋନା ଭୂତାଣୁ ଯୋଗୁଁ ଏବେ ବିଶ୍ୱର ବ୍ୟବସ୍ଥା ସବୁ ଓଲଟପାଲଟ ହୋଇଯାଇଛି। ତେବେ ଏହି ଭୂତାଣୁର ମୁକାବିଲା ପାଇଁ କରୋନା ଯୋଦ୍ଧା ମାନେ ସଂକ୍ରମଣକୁ ଖାତିର ନ କରି ନିଜ ତଥା ପରିବାରର ସ୍ୱାର୍ଥକୁ ପଛକୁ ଠେଲି ଦେଇ ଜନତାଙ୍କ ସୁରକ୍ଷା ପାଇଁ ଦିନରାତି ଏକ କରି କାର୍ଯ୍ୟରତ ରହିଛନ୍ତି। ଏପରିକି ବହୁ କରୋନା ଯୋଦ୍ଧା ଏହି ସଙ୍କଟଜନକ ପରିସ୍ଥିତିକୁ ଧ୍ୟାନରେ ରଖି ନିଜର ଖୁସି, ପରିବାରର ଦାୟିତ୍ୱକୁ ମଧ୍ୟ ତ୍ୟାଗ କରିଛନ୍ତି। ଏଭଳି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ଚିତ୍ତରଞ୍ଜନ ବେହେରା । ସମ୍ବଲପୁର ନିବାସୀ ଚିତ୍ତରଞ୍ଜନଙ୍କର ବିବାହ ପାଇଁ ନିର୍ବନ୍ଧ ଫେବୃଆରୀ ୨୬ରେ ଶେଷ ହୋଇଥିବା ବେଳେ ମେ ୨୪ରେ ବିବାହ ଲଗ୍ନ ସ୍ଥିରିକୃତ ହୋଇଥିଲା । କିନ୍ତୁ କରୋନା ସଙ୍କଟ ମାର୍ଚ୍ଚ ମାସରେ ଆରମ୍ଭ ହେବା ପରେ ଚିତ୍ତରଞ୍ଜନ ପରିସ୍ଥିତିକୁ ଦେଖି ବିବାହ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ଜିଲା ମୁଖ୍ୟାଳୟରେ କରୋନା ମୁକାବିଲା ପାଇଁ ସବୁ ଦିନ ସକାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁଥିବା ବେଳେ ଚିତ୍ତରଞ୍ଜନ ମଧ୍ୟ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ତାଳଦେଇ କାମରେ ଲାଗି ରହିଛନ୍ତି। କରୋନା ମୁକାବିଲା ପାଇଁ ଲକ ଡାଉନ ଚାଲିଥିବା ବେଳେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ସେ ତାଙ୍କର ବାହାଘର ଘୁଞ୍ଚାଇବା ପାଇଁ ପରିବାରଙ୍କୁ କହିଥିଲେ ।  ସମ୍ବଲପୁରରେ ହିଁ ତାଙ୍କର ବିବାହ ସ୍ଥିର ହୋଇଥିବା ବେଳେ ଦୁଇ ପରିବାର ସରକାରୀ କଟକଣା ହଟିବା ପରେ ପୁଣି ଆଲୋଚନା କରି ନୂତନ ବିବାହ ତାରିଖ ସ୍ଥିର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦେଶର ସୁରକ୍ଷା ଓ କର୍ତ୍ତବ୍ୟ ବଡ ହୋଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବାର ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ଚିତ୍ତରଞ୍ଜନଙ୍କୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

 

- Advertisement -

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories