www.samajalive.in
Monday, December 15, 2025
26.1 C
Bhubaneswar

ଇ-ଚାଲାଣ ୫୦% କୋହଳ କଲେ ସରକାର

ସମାଜ ଡିଜିଟାଲ ଡେସ୍କ: ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇ-ଚାଲାଣରେ ସରକାର ଲାଗୁ କରୁଥିବା ଜରିମାନାରେ ୫୦ ପ୍ରତିଶତ କୋହଳ କରାଯାଇଛି। ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ ବାବଦରେ ଭରିବାକୁ ହେବ। ୨୦୨୫ ଜୁଲାଇ ୩୧ ସୁଦ୍ଧା କଟିଥିବା ଚାଲାଣରେ ଏହି ରିଆତି ମିଳିବ।

ଯେଉଁ କ୍ଷେତ୍ରରେ ୫୦ ହଜାର ଟଙ୍କା ଫାଇନ କଟାଯାଇଥିବ ସେଠାରେ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ୧୦ ହଜାର ବଦଳରେ ୫ ହଜାର ଏବଂ ୫ ହଜାର ବଦଳରେ ୨୫୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories