ସମାଜ ଡିଜିଟାଲ ଡେସ୍କ: କେରଳର କନ୍ନୁର ଅଞ୍ଚଳରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୪ ଓଡ଼ିଆ ଶ୍ରମିକ ଗୁରୁତର ଆହତ ହୋଇଛି। କ୍ୟାମ୍ପରେ ଶୋଇଥିବାବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଏଭଳି ଅଘଟଣ ଘଟିଛି। ଆହତମାନଙ୍କ ମଧ୍ୟରେ ଟାଙ୍ଗୀ ବାଲିପାଟପୁର ଅଞ୍ଚଳର ୩ ଜଣ ରହିଛନ୍ତି। ସେମାନେ ହେଲେ ନିଗମ ବେହେରା, ଶିବ ବେହେରା, ସୁବାସ ବେହେରା। ସମସ୍ତ ଆହତଙ୍କୁ କନ୍ନୁର ପ୍ୟାରିୟମ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।




