ଗୁରୁବାର ରାଜ୍ୟ ବଜେଟ୍

ଭୁବନେଶ୍ବର: ଗୁରୁବାର ରାଜ୍ୟ ବଜେଟ୍ । ଚଳିତବର୍ଷର କାମଚଳା ବଜେଟ୍ ବିଧାନସଭାରେ ଆଗତ ହେବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟାବେଳେ​‌ ଗୃହରେ ବଜେଟ୍ ଉପସ୍ଥାପନ କରିବେ । ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ବ ବହନ କରୁଛି। ଏଥର ବଜେଟ୍ ସରକାର କିଛି ଘୋଷଣା କରିପାରନ୍ତି। ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ବଜେଟ୍ ଆଗତ ହେବା ପାଇଁ ଯାଉଛି। ତେଣୁ ଅନୁମାନ କରାଯାଉଛି କି ଗୁରୁବାର ବି ଗୃହ ସରଗରମ ରହିପାରେ।

Comments are closed.