www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ବିଜେପି ପ୍ରଭାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଦଳୀୟ କର୍ମୀ

ବୋଲଗଡ : ରାଜ୍ୟରେ ନୟାଗଡ ଜିଲ୍ଲାର କୁନି ଝିଅ ପରୀ ହତ୍ୟାକାଣ୍ଡ ହଇଚଇ ସୃଷ୍ଟି କରିଥିବାବେଳେ ହତ୍ୟାକାରୀ ଆଜି ପର୍ଯ୍ୟନ୍ତ ଗିରଫ ହୋଇନାହିଁ।  ସରକାର ବିରୋଧୀ ଦଳର ନେତାମାନଙ୍କୁ ସମ୍ମାନ ଜଣାଇ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟରେ ବିରୋଧୀ ଦଳ ଥିବା ଭାରତୀୟ ଜନତା ପାର୍ଟି ସରକାରଙ୍କ କଥାରେ ଏକମତ ନହୋଇ ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଇବା ପାଇଁ ଜୋରଦାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି। ଏହି ପରୀପ୍ରେକ୍ଷୀରେ ଓଡିଶା ପାଇଁ ବିଜେପି ଦଳର ଦାୟିତ୍ୱରେ ଥିବା ପ୍ରଭାରୀ ଡକ୍ଟର ପୁରେନ୍ଦ୍ରଶ୍ୱରୀ,ରାଜ୍ୟ ସଭାପତି ସମୀର ମହାନ୍ତି,ସମ୍ପାଦକ ପୃଥିରାଜ ହରିଚନ୍ଦନ,ସମ୍ପାଦିକା ଲେଖାଶ୍ରୀ ସାମନ୍ତରାୟ,ରାଜ୍ୟ ଉପସଭାପତି  ଅନିତା ଶୁଭଦର୍ଶିନୀ,ରାଜ୍ୟ ପ୍ରବକ୍ତା ଡକ୍ଟର ଯତୀନ ମହାନ୍ତି,ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭୃଗୁବକ୍ସି ପାତ୍ର ପ୍ରମୁଖ ନୟାଗଡ ଠାରେ ପରୀକୁ ନ୍ୟାୟ ଦାବୀ ଓ ତାର ବାପା ମାଙ୍କୁ ସମବେଦନା ଜଣାଇବାପାଇଁ ଯିବା ବାଟରେ ରାଜସୁନାଖଳା ଠାରେ ଦଳୀୟ କର୍ମି ବିଜେପିର ଯୁବନେତା ସୁରେଶ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ରୁଦ୍ରନାରାୟଣ ବାହିନୀପତି,ପରମାନନ୍ଦ ସୁବୁଦ୍ଧି,ଅଜୟ ସୁବୁଦ୍ଧି,ଅଜୟ ମାର୍ଥା ,ଚନ୍ଦ୍ରଭାନୁ ମହାରଥା ସ୍ୱାଗତ କରିଥିବାବେଳେ ବୋଲଗଡ ନନ୍ଦିଘୋଷ ଭବନ ଛକ ଠାରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଲୋତକ ବିନ୍ଦୁ ପଟ୍ଟନାୟକ,ବୋଲଗଡ ମଣ୍ଡଳ ସଭାପତି ସଞ୍ଜୟ ବେହେରା,ପିଚୁକୁଳି ମଣ୍ଡଳ ସଭାପତି ଶେଖ୍ ଦୈାଲତ୍ ଅଲ୍ଲୀ,ବୋଲଗଡ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ବାଇନ ମଣ୍ଡଳ,ଉପେନ୍ଦ୍ର ସୁବୁଦ୍ଧି,ସହଦେବ ସୁବୁଦ୍ଧି,ଜଗବନ୍ଧୁ ମୁଦୁଲି,ବସନ୍ତ ପରିଡା,ତପନ ବେବର୍ତ୍ତ ପଟ୍ଟନାୟକ, କେଶବ ସାହୁ ସନାତନ ସାହୁଙ୍କ ସହିତ ଶତାଧିକ କର୍ମି ଯୋଗଦେଇ ପରୀକୁ ନ୍ୟାୟ ଦାବୀରେ ନାରାବାଜୀ କରିବା ସହିତ ବିଜେପିର ଟିମ୍ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories