www.samajalive.in
Sunday, December 14, 2025
19.1 C
Bhubaneswar

ଷ୍ଟାଣ୍ଡ୍-ଅପ୍ କମେଡିରେ ସମଗ୍ର ଜିଲ୍ଲାରେ ପ୍ରଥମ ହେଲେ ଯୁବକ, ଛୁଟିଲା ପ୍ରଶଂସାର ସୁଅ

ପାଟଣା : ଗତକାଲି କେନ୍ଦୁଝରରେ ଅନୁଷ୍ଠିତ ନୂଆ ଓଡ଼ିଶା ଉତ୍ସବରେ ସ୍ୱାମପାଟଣା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ତଥା ଢେଙ୍କିକୋଟ ବାସିନ୍ଦା ରଣଜିତ କୁମାର ଶତପଥୀ ଓ ରଞ୍ଜିତା ରାଣୀ କରଙ୍କ ଏକମାତ୍ର ପୁତ୍ର ଓମ ପ୍ରକାଶ ଶତପଥୀ ଷ୍ଟାଣ୍ଡ ଅପ କମେଡିରେ ସମଗ୍ର ଜିଲ୍ଲାରେ ପ୍ରଥମ ହୋଇ ପୁରସ୍କୃତ ହୋଇଛନ୍ତି। ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ଓମ୍ ପ୍ରକାଶ ଯୁକ୍ତ ଦୁଇ ପଢୁଥିଲେ ମଧ୍ୟ ପୁରାଣ ଶାସ୍ତ୍ରରେ ବ୍ୟାପକ ଦଖଲ ରଖି ଜଣେ ସୁପରିଚିତ ଯୁବ ପୂଜକ ଭାବେ ପରିଚିତି ପାଇବା ସହ ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ସଫଳତା ପରେ ତାଙ୍କ ପାଖକୁ ବନ୍ଧୁ ଓ ସହପାଠୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories