www.samajalive.in
Saturday, December 13, 2025
23.1 C
Bhubaneswar

ଗୌହାଟୀରେ ରାହୁଲଙ୍କ ସିଏଏ ବିରୋଧୀ ରାଲି ପୂର୍ବରୁ କଂଗ୍ରେସ ଉପରେ ବର୍ଷିଲେ ସୋନୱାଲ୍‍

ଜାଗିର ରୋଡ୍‍(ଆସାମ) : ଗୌହାଟୀଠାରେ କଂଗ୍ରେସ ପକ୍ଷରୁ ଶନିବାର ନାଗରିକତା ସଂଶୋଧନ ଆଇନ୍‍ ବିରୋଧୀ ରାଲିର ଆୟୋଜନ କରାଯାଇଛି ।  ରାହୁଲ ଗାନ୍ଧୀ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ ଶୁକ୍ରବାର ବିଜେପି ପକ୍ଷରୁ ଏକ ସମାବେଶରେ କଂଗ୍ରେସ ଓ ବାମ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‍। ନାଗରିକତା ସଂଶୋଧନ ଆଇନ୍‍ କୁ ନେଇ କଂଗ୍ରେସ ଓ ବାମ ଦଳଗୁଡ଼ିକ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । କଂଗ୍ରେସ ଦଳ ଲୋକଙ୍କୁ ଭ୍ରମିତ କରି ଦେଶରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ନାଗରିକତା ସଂଶୋଧନ ଆଇନ୍‍  ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥହାନୀ କରିବ ବୋଲି ବିରୋଧୀ ଦଳ ପକ୍ଷରୁ କରାଯାଉଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି । ଶୁକ୍ରବାର ଜାଗିର ରୋଡ୍‍ଠାରେ ଆୟୋଜିତ ଏକ ସମାବେଶରେ ଉଦ୍‍ବୋଧନ ଦେଇ ଶ୍ରୀ ସୋନୱାଲ୍‍ ପୁଣି କହିଛନ୍ତି, ଆସାମର ମୂଳବାସିନ୍ଦାଙ୍କ ଭାଷା, ଭୂ-ଅଧିକାର ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । କଂଗ୍ରେସ ଓ ବାମ ଦଳଗୁଡ଼ିକ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

- Advertisement -

ଏଥିରେ ଉଦବୋଧନ ଦେଇ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟର ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ବଦ୍ଧପରିକର ।  ବିଜେପିର ବହୁ ବରିଷ୍ଠ ନେତା, ଆସାମ ଗଣପରିଷଦ ଏବଂ ବିପିଏଫ୍‍ ପକ୍ଷରୁ ମଧ୍ୟ ଆଜି ଜାଗିର ରୋଡରେ ଶାନ୍ତି ଶୋଭାଯାତ୍ରା ବାହାର କରାଯାଇଥିଲା । ହଜାର ହଜାର ଲୋକ ଏହି ରାଲିରେ ଭାଗ ନେଇଥିଲେ ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories