ନବରଙ୍ଗପୁର: ୩୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପଡିଥିବା ଜଣାପଡିଛି। ନବରଙ୍ଗପୁର ଜିଲା ଉମରକୋଟ ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ କେ.ମୋହନ ପାତ୍ର ଜଣେ କଣ୍ଟ୍ରାକଟରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ସୂଚନାଅନୁସାରେ ବନମାଳୀ ପଣ୍ଡା ନାମକ ଜଣେ କଣ୍ଟ୍ରାକଟରଙ୍କ ୧୮ଲକ୍ଷ ୫୮ ହଜାର ୭୭୫ଟଙ୍କାର ବକେୟା ବିଲ୍ ପାସ୍ କରିଦେବା ପାଇଁ ଉମରକୋଟ ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ କେ.ମୋହନ ପାତ୍ର ସମ୍ପୃକ୍ତ କଣ୍ଟ୍ରାକଟରଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶୁକ୍ରବାର ସହକାରୀ ଯନ୍ତ୍ରୀ ତାଙ୍କ ବାସଭବନରେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ କେ.ମୋହନ ପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।
Popular Categories



