www.samajalive.in
Wednesday, December 10, 2025
18.1 C
Bhubaneswar

ହାଡ଼ଭଙ୍ଗା ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ :  ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି । ଦିଲ୍ଲୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। ୧୯୦୧ ମସିହା ପରଠାରୁ ଚଳିତ ବର୍ଷ ଡିସେମ୍ବର ମାସରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି। ପ୍ରତିକୂଳ ପାଗ ଯୋଗୁଁ ୨୧ଟି ଟ୍ରେନ୍‍ ବିଳମ୍ବରେ ଯାତ୍ରା କରୁଛି।
ପାଣିପାଗ ବିଭାଗ କହିଛି, ଏହି ଅଞ୍ଚଳରେ ଆକାଶ ପରିଷ୍କାର ରହିବା ସହ ଭୀଷଣ ଥଣ୍ଡା ଅନୁଭୂତ ହେବ। ହରିଆଣା ଓ ପଞ୍ଜାବରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ରାଜସ୍ଥାନର ଶିକର ଜିଲ୍ଲାର ଫତେପୁରଠାରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। ମଧ୍ୟପ୍ରଦେଶରେ ବର୍ଷା, କୁହୁଡ଼ି ଓ କାଲୁଆପବନ ଯୋଗୁଁ ସ୍ଥିତି ଅସହ୍ୟ ହୋଇପଡ଼ିଛି । ବିହାରରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଅଧିକାଂଶ ଜିଲ୍ଲାରେ ସରକାରୀ ସ୍କୁଲ୍‍ଗୁଡ଼ିକରେ ପାଠପଢ଼ା ବ୍ୟାହତ ହୋଇଛି। ହିମାଚଳ ପ୍ରଦେଶରେ ପାଗ ବର୍ତ୍ତମାନ ଶୁଖିଲା ରହିଥିଲେ ମଧ୍ୟ ଆସନ୍ତା ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ରାଜ୍ୟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର କାର୍ଗିଲ୍‍ ଜିଲ୍ଲାର ଦ୍ରାସରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୩୧. ୨ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories