ଆଇପିଏଲ୍ କ୍ରିକେଟ : ଦିଲ୍ଲୀ-ରାଜସ୍ଥାନ ମଧ୍ୟରେ ମୁକାବିଲା

0

ନୂଆଦିଲ୍ଲୀ : ଆଇପିଏଲ୍ କ୍ରିକେଟ – ୨୦୧୮ର ୩୨ତମ ମ୍ୟାଚରେ ଆଜି ରାତି ୮ଟାରେ ଦିଲ୍ଲୀରେ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଡେୟାର ଡେଭିଲ୍ସ ୮ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହିତ ୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୮ମ ବା ଶେଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ  ରାଜସ୍ଥାନ ରୟାଲ୍ସ  ୭ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୪ଟି ପରାଜୟ ସହିତ ୬ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।

ବୁଧବାର ସୁଦ୍ଧା  ଚେନ୍ନଇ ସୁପର କିଙ୍ଗସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଚେନ୍ନଇ  ୮ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୨ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ  ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି। ସନ୍‍ରାଇଜର୍ସ ହାଇଦରାବାଦ ଦ୍ବିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ହାଇଦରାବାଦ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହିତ ୧୨ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହିତ ୧୦ପଏଣ୍ଟ ସହିତ ୩ୟ ସ୍ଥାନରେ ଥିବାବେଳେ କଲକାତା ନାଇଟ ରାଇଡର୍ସ ୮ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୪ଟି ପରାଜୟ ସହିତ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୫ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ତେବେ ଗତଥରର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‍ସ ୮ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହିତ ୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।

ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୪ ରନରେ ମୁମ୍ବଇ ଇଣ୍ଡିଆନ୍‍ସକୁ ପରାସ୍ତ କରିଛି।

Leave A Reply