nua o banner

ଶାନ୍ତି ଓ ସଂହତି ପାଇଁ କଂଗ୍ରେସର ରାଜ୍ୟବ୍ୟାପୀ ଉପବାସ

BSKY banner  750×100
0

ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ଓ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କ ଚରମ ଅବହେଳା ଯୋଗୁଁ ଗତ ସପ୍ତାହରେ ଭାରତ ବନ୍ଦ ପାଳନ ସମୟରେ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟି ଧନଜୀବନ ହାନି ଘଟିଛି। ଏହି ଘଟଣା ଦେଶର ସାମାଜିକ ସଂହତିକୁ ଘୋର କ୍ଷତି ପହଞ୍ଚାଇଲା ଓ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଥିଲା। କଂଗ୍ରେସ ଦଳ ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ପାଇଁ ଜାତୀୟ କଂଗ୍ରେସ ସଭାପତି ରାହୁଳ ଗାନ୍ଧିଙ୍କ ଆହ୍ୱାନକ୍ରମେ ରାଜ୍ୟବ୍ୟାପ କଂଗ୍ରେସ ଦଳ ପକ୍ଷରୁ ସୋମବାର ସକାଳ ୯ ଘଣ୍ଟାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ସାମୂହିକ ଉପବାସ ବ୍ରତ ପାଳନ କରାଯାଇଥିଲା।
କଂଗ୍ରେସର ସମସ୍ତ ସାଂଗଠନିକ ଜିଲାର ସଦରମହକୁମାରେ କର୍ମୀ ଓ ନେତୃବୃନ୍ଦ ଉପବାସରେ ବସିଥିଲେ। ପ୍ରଦେଶ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‍ ନିକଟରେ ଦଳିତମାନଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ ବିରୋଧ କରି ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଉପବାସ ପାଳନ କରାଯାଇଥିଲା। ଧାରଣାସ୍ଥଳରେ ରାମଧୁନ୍‍, ଦେଶାତ୍ମବୋଧ, ଆଧ୍ୟାତ୍ମିକ ସଂଗୀତ ପରିବେଷଣ କରାଯାଇଥିଲା। ଶାନ୍ତି ଓ ସଂହତି ଭାରତୀୟ ସମ୍ବିଧାନର ଆତ୍ମା। ଦେଶରେ ସୌହାର୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ କଂଗ୍ରେସ ସଦାସର୍ବଦା ସଂକଳ୍ପବଦ୍ଧ ବୋଲି ପିସିସି ସଭାପତି ଶ୍ରୀ ହରିଚନ୍ଦନ କହିଛନ୍ତି।
କାର୍ଯ୍ୟକ୍ରମରେ କଂଗ୍ରେସ ବରିଷ୍ଠ ନେତୃବୃନ୍ଦ ହେମାନନ୍ଦ ବିଶ୍ୱାଳ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଗୁରୁପଦ ନନ୍ଦ, ଡ. ଯୁଧିଷ୍ଠିର ଜେନା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ସତ୍ୟ ଭୂଷଣ ସାହୁ, ଡ. ରାଧାକାନ୍ତ ନାୟକ, ଶିବାନନ୍ଦ ରାୟ, କିଶୋର ଜେନା, ସମୀର କୁମାର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ସଂଗ୍ରାମ କେଶରୀ ଜେନା, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ରାଜ୍ୟ ମହିଳା ନେତ୍ରୀ ସସ୍ମିତା ବେହେରା, ବିରେନ୍‍ ମୋହନ ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ସନ୍ଧ୍ୟା ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ ସାହୁ, ସୁଶାନ୍ତ ତ୍ରିପାଠୀ, ଜୟନ୍ତ ମହାନ୍ତି, ହଳଧର ସେଠୀ,ସୌଗତ ମହାନ୍ତି, ରାଜକୁମାର ଯାଦବ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତା ଅଂଶଗ୍ରହଣ କରିଥିଲେ।

Leave A Reply