ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

0

ଗୋପ : ଗୋପ ତହସିଲ ଅଧୀନ ଖଣ୍ଡାସାହି ରାଜସ୍ୱ ନିରୀକ୍ଷକ ପାର୍ଥସାରଥୀ ସେଠୀ ଫସଲ କ୍ଷୟକ୍ଷତି ଅର୍ଥ ପ୍ରଦାନ ଲାଗି କମିଶନ ବାବଦ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।
କୁସୁପୁର ଗ୍ରାମରେ ରହୁଥିବା ନିମାପଡ଼ା ମହଲା ଗ୍ରାମର ଶ୍ରୀ ସେଠୀ ଶଙ୍ଖଚିରା ପଞ୍ଚାୟତର ୧୯ଜଣ ଚାଷୀଙ୍କୁ ୬୯,୦୦୦ ଟଙ୍କାର ଫସଲକ୍ଷତି ଅର୍ଥ ଦେବା ପାଇଁ ପ୍ରତି ଏକ ହଜାରକୁ ୧୦୦ ଟଙ୍କା ହିସାବରେ ୬,୯୦୦ ଟଙ୍କା ଦାବି କରିଥିଲେ। ଏ ନେଇ ୧୧ନମ୍ବର ୱାର୍ଡ ସଭ୍ୟ ପଦ୍ମଲୋଚନ ବେହେରା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଗୁରୁବାର ରାତିରେ ନିଜ ଘରେ ଟଙ୍କା ନେଉଥିଲାବେଳେ ଶ୍ରୀ ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି। ଚାଷୀଙ୍କୁ ଆରଆଇ ହଇରାଣ କରୁଥିବା ପୁରୀ ଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଥିଲା।

Leave A Reply