www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ

ଡେସ୍କ: ଭାଦ୍ରବ ମାସ କୃଷ୍ଣ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଇଥିଲା। ଠାକରୁମାନଙ୍କ ମଧ୍ୟାହ୍ନ ଧୂ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କର ଏହି ଆକର୍ଷଣୀୟ ତଥା ମନୋରମ ବେଶ ଦେଖିବା ଲାଗି ବଡଦେଉଳରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ବେଶରେ ବଳଭଦ୍ରଙ୍କ ଦୁଇ ହସ୍ତରେ ହଳ, ମୂଷଳ ଶୋଭା ପାଉଥିବା ବେଳେ ପ୍ରାୟ ୪ ଫୁଟ ଉଚ୍ଚର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ବିଗ୍ରହର ନିମ୍ନଭାଗରେ ରଖାଯାଇଥିଲା। ବେତ, କାଠ, ଧଳା ଓ ନେଳି ରଙ୍ଗର କନା କଇଁଥ ଅଠା ଇତ୍ୟାଦିରେ ଏହି ମୂର୍ତ୍ତି ତିଆରି ହୋଇଥିଲା।

ଆଜି ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କୁ କୃଷ୍ଣ ବଳରାମ ବେଶରେ ସଜ୍ଜିତ କରିବା ପାଇଁ ଏବେ ପ୍ରସ୍ତୁତି ଚାଲିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories