ଡେସ୍କ: ସହକାରୀ ସେକ୍ସନ୍ ଅଫିସର (ଏଏସଓ) ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକ ଆସନ୍ତା ୨୭ ତାରିଖ ଦିନ ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଏଏସଓ ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାର ଏହି ୧୩୯ଟି ଶିକ୍ଷାନୁଷ୍ଠାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପୂର୍ବରୁ ଅଗଷ୍ଟ ୨୧ରେ ହେବାକୁ ଥିବା ଏହି ପରୀକ୍ଷା ୨୭ ତାରିଖ ଶନିବାର ଦିନ ୩ଟି ସିଟିଂରେ ହେବ। ଓପିଏସ୍ସି ସୂଚନା ଅନୁଯାୟୀ, ସକାଳ ୯ଟାରୁ ୧୦ଟା ୩୦ ଯାଏ ଜେନେରାଲ ଆୱାରନେସ୍, ଦିନ୧୧ଟା ୩୦ରୁ ୧ଟା ଯାଏ ରିଜନିଂ ଓ ମ୍ୟାଥମେଟିକ୍ସ ଏବଂ ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ ଓ ଓଡ଼ିଆ ଭାଷା ପରୀକ୍ଷା ହେବ।
Popular Categories



