www.samajalive.in
Saturday, December 13, 2025
18.1 C
Bhubaneswar

ହଠାତ୍‍ ବଲିଉଡ଼ରେ ପ୍ରିୟା ପ୍ରକାଶ : ‘ଶ୍ରୀଦେବୀ ବଂଗ୍ଲୋ’ର ଟିଜର ଦେଖି ନୋଟିସ୍‍ ପଠାଇଲେ ବୋନୀ କପୁର

ମୁମ୍ବଇ : ନିକଟରେ ଇଣ୍ଟରନେଟ୍‍ ସେନସେସନ୍‍ ତଥା ମାଲାୟାଲମ୍‍ ନାୟିକା ପ୍ରିୟା ପ୍ରକାଶ ୱାରିୟରଙ୍କ ଅଭିନୀତ ପ୍ରଥମ ବଲିଉଡ଼ ଚଳଚ୍ଚିତ୍ର ‘ଶ୍ରୀଦେବୀ ବଂଗ୍ଲୋ’ର ଟିଜର ହଠାତ୍‍ ରିଲିଜ୍‍ ହୋଇଛି। ପ୍ରିୟାଙ୍କୁ ହଠାତ୍‍ ବଲିଉଡ଼ ଚଳଚ୍ଚିତ୍ରରେ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଚଳଚ୍ଚିତ୍ରଟି ଆରମ୍ଭରୁ ବିବାଦରେ ଫଶିଯାଇଛି। ଶ୍ରୀଦେବୀଙ୍କ ସ୍ୱାମୀ ବୋନୀ କପୁର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ମାଲାୟାଲମ୍‍ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲୀଙ୍କ ନିକଟକୁ ଆଇନଗତ ନୋଟିସ୍‍ ପଠାଇଛନ୍ତି। ଏହି ସୂଚନା ନିର୍ଦ୍ଦେଶକ ପ୍ରଶାନ୍ତ ନିଜେ ଦେଇଛନ୍ତି।

image courtesy-The Week

ତେବେ ଚଳଚ୍ଚିତ୍ରର ନାମ ଓ ଟିଜରରୁ ଜଣାପଡ଼ୁଛି ଏହା ବଲିଉଡ଼ର ପ୍ରସିଦ୍ଧ ନାୟିକା ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀ ଉପରେ ଆଧାରିତ। ହେଲେ ଚଳଚ୍ଚିତ୍ରରେ କେଉଁଠି ଶ୍ରୀଦେବୀଙ୍କୁ ଶ୍ରେୟ ଦିଆଯାଇନାହିଁ। ସେହିପରି ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ କୌଣସି ବିଷୟବସ୍ତୁ ରହିନାହିଁ। ଏଥିସହିତ ଏହି ଟିଜରରେ ଅଭିନେତ୍ରୀଙ୍କ ମୃତଦେହ ଏକ ବାଥ୍‍ଟବ୍‍ ରେ ପଡ଼ିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ଚଳଚ୍ଚିତ୍ରଟି ଶ୍ରୀଦେବୀଙ୍କ ଉପରେ ଆଧାରିତ। ହେଲେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରିୟା ପ୍ରକାଶ ମଧ୍ୟ ଏହା ଶ୍ରୀଦେବୀଙ୍କ ଜୀବନ ଉପରେ ଆଧାରିତ ବୋଲି ସ୍ୱୀକାର କରୁନାହାନ୍ତି।

- Advertisement -

ନିର୍ଦ୍ଦେଶକ ପ୍ରଶାନ୍ତ କହିଛନ୍ତି, “ଆମକୁ ବୋନୀ କପୁରଙ୍କ ତରଫରୁ ଆଇନଗତ ନୋଟିସ୍‍ ପଠାଯାଇଛି। ତେବେ ମୁଁ କହି ରଖୁଛି ଯେ, ଏହା କେବଳ ଏକ ସସ୍‍ପେନ୍ସ ଥ୍ରୀଲର୍‍। ମୁଁ ବୋନୀ କପୁରଙ୍କୁ ମଧ୍ୟ କହିଛି ଯେ ଶ୍ରୀଦେବୀ ଏକ ସାଧାରଣ ନାମ। ତେଣୁ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବାର କୌଣସିି କାରଣ ନାହିଁ। ଚଳଚ୍ଚିତ୍ରରେ ପ୍ରିୟା କେବଳ ଗୋଟିଏ ଚରିତ୍ରରେ ଅଭିନୟ କରିଛନ୍ତି ଯାହାର ନାମ ଶ୍ରୀଦେବୀ”।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories