www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସର୍ବଦଳୀୟ ବୈଠକ

କଲମ୍ବୋ : ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଚଳାବସ୍ଥା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ମୈତ୍ରୀପାଲ ଶିରୀସେନା ରବିବାର ସର୍ବଦଳୀୟ ବୈଠକ କରିଛନ୍ତି। ଦେଶର ରାଜନୈତିକ ଅଚଳାବସ୍ଥାକୁ ଦୂର କରିବା ଲାଗି ରାଷ୍ଟ୍ରପତି ଏହି ସର୍ବଦଳୀୟ ବୈଠକ ଡକାଇଛନ୍ତି। ଅକ୍ଟୋବର ୨୬ରେ ରାଷ୍ଟ୍ରପତି ଏକ ବିବାଦୀୟ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରି ମହିନ୍ଦା ରାଜପକ୍ଷେଙ୍କୁ ଏହି ପଦରେ ଅବସ୍ଥାପିତ କରିଥିଲେ। ଏହା ପରେ ରାଷ୍ଟ୍ରପତି ପାର୍ଲାମେଣ୍ଟକୁ ଭାଙ୍ଗିଦେଇଥିଲେ। ତେବେ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରିବା ସହିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ପରେ ଦେଶର ରାଜନୈତିକ ଅଚଳାବସ୍ଥା ଅଧିକ ଜଟିଳ ହୋଇପଡିଥିଲା। ଅନ୍ୟପଟେ ମହିନ୍ଦା ରାଜପକ୍ଷେ ପାର୍ଲାମେଣ୍ଟର ଆଗତ ଆସ୍ଥା ଭୋଟରେ ପରାସ୍ତ ହୋଇଥିଲେ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories