www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀଲଙ୍କା ନାଗରିକଙ୍କୁ ପଦ୍ମ ସମ୍ମାନ : ଭାରତକୁ ଧନ୍ୟବାଦ ଜଣାଇଲେ ରାଜପକ୍ଷ

କଲମ୍ବୋ :  ଶ୍ରୀଲଙ୍କାର ଦୁଇଜଣ ନାଗରିକ ଡକ୍ଟର ବଜିରା ଚିତ୍ରସେଣା ଓ ପ୍ରଫେସର ସ୍ୱର୍ଗତ ଇନ୍ଦ୍ରା ଦାସନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ଘୋଷଣା କରାଯାଇଛି।   ପ୍ରଦାନ କରାଯାଇଥିବାରୁ ଶ୍ରୀଲଙ୍କା ସରକାର ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏକ ବାର୍ତ୍ତାରେ କହିଛନ୍ତି ନିଜ ନିଜ କ୍ଷେତ୍ରରେ ଅଗ୍ରଣୀ ଶ୍ରୀଲଙ୍କାର ଦୁଇଜଣ କନ୍ୟାଙ୍କୁ ଭାରତର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରଦାନ କରାଯିବା ଆମଦେଶ ପାଇଁ ଗର୍ବ ଓ ଗୌରବର ବିଷୟ।

Image : @PresRajapaksa

ଭାରତର ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନ ପାଇଥିବାରୁ ସେ ଡକ୍ଟର ଚିତ୍ରସେଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୮୭ବର୍ଷ ବୟସ୍କ ଡକ୍ଟର ବଜିରା ଚିତ୍ରସେଣାଙ୍କୁ ସିଂହଳୀ ନୃତ୍ୟର ଏକ ଜୀବନ୍ତ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରାଯାଇଥାଏ। ଭାରତର ଓଡ଼ିଶୀ ନୃତ୍ୟ ଓ ସିଂହଳର କାନ୍ଦ୍ୟାନ୍‍ ନୃତ୍ୟ ପରମ୍ପରାର ମିଶ୍ରଣରେ ଏକ ଅଭିନବ ନୃତ୍ୟଶୈଳୀ ପ୍ରସ୍ତୁତ କରି ଏହା ମାଧ୍ୟମରେ ଭାରତ ଓ ଶ୍ରୀଲଙ୍କାର ସମ୍ପର୍କକୁ ପରିପୁଷ୍ଟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।
ପ୍ରଫେସର ସ୍ୱର୍ଗତ ଇନ୍ଦ୍ରା ଦାସନାୟକ ଶ୍ରୀଲଙ୍କାର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହିନ୍ଦୀ ଭାଷାର ପ୍ରଚଳନ ଓ ପ୍ରୋତ୍ସାହନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ପ୍ରଚେଷ୍ଟାରେ ଶ୍ରୀଲଙ୍କାର ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ବ୍ୟତୀତ ସେହି ଦେଶର ୮୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ଏବେ ହିନ୍ଦୀ ଭାଷାରେ ଶିକ୍ଷା ଦାନ କରାଯାଉଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories