www.samajalive.in
Saturday, December 6, 2025
16.1 C
Bhubaneswar

ବିବାହରେ ବିଳମ୍ବ ହେଉଛି କି? ଆପଣାନ୍ତୁ ଶ୍ରାବଣର ଏହି ଉପାୟ

ଅନେକ ଥର ଏପରି ଦେଖାଯାଏ କିଛି ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ବିବାହ ସମୟରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ। କେତେକ ସମୟରେ ଜାତକରେ ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଏଭଳି ସମସ୍ୟା ଦୂର ପାଇଁ ଶ୍ରାବଣ ମାସରେ କିଛି ସରଳ ଉପାୟ କରନ୍ତୁ। ଏହାଦ୍ୱାରା ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ।
ଶ୍ରାବଣର ପବିତ୍ର ମାସରେ ବିଧିପୂର୍ବକ ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କ ପୂଜାର୍ଚ୍ଚନା କରନ୍ତୁ। ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଭଗବାନ ଶିବଶଙ୍କରଙ୍କୁ ଜଳ ଅର୍ପଣ କରିବା ସହ ମଙ୍ଗଳବାର ମହାଗୌରୀଙ୍କ ବ୍ରତ ପାଳନ କରନ୍ତୁ।
ଶ୍ରାବଣର ପ୍ରତ୍ୟେକ ସୋମବାର ଶିବଲିଙ୍ଗରେ ଗାଈ କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ପ୍ରଭୁ ଖୁବ ଶୀଘ୍ର ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏା
ଶ୍ରାବଣର ପ୍ରତ୍ୟେକ ମଙ୍ଗଳବାର ମହାଗୌରୀଙ୍କ ବ୍ରତ ପାଳନ କରନ୍ତୁ। ହଳଦିଆ ବସ୍ତ୍ର ଧାରଣ କରନ୍ତୁ। ମା’ଙ୍କ ପୂଜା ଆରାଧନା କରନ୍ତୁ।
ପ୍ରତ୍ୟେକ ସୋମବାର ଓ ଗୁରୁବାରରେ ବେଲପତ୍ରରେ ‘ଓଁ ନମଃ ଶିବାୟ’ ଲେଖନ୍ତୁ ଓ ୨୧ ଦିନ ପର୍ଯ୍ୟନ୍ତ ଶିବଲିଙ୍ଗରେ ଏହାକୁ ଅର୍ପଣ କରନ୍ତୁ।
ମଙ୍ଗଳ ଦୋଷ ଥିଲେ ଏହାକୁ ଦୂର ପାଇଁ ଓ ଶୀଘ୍ର ବିବାହ ପାଇଁ ଶ୍ରାବଣ ମଙ୍ଗଳବାରରେ ମା’ଗୌରୀଙ୍କ ବ୍ରତ ପାଳନ କରନ୍ତୁ। ‘ଓଁ ଗୌରୀଶଙ୍କରାୟ ନମଃ’ ମନ୍ତ୍ର ଜପ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories