www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ଅଲୋଡ଼ା ହେଲା ନବଜାତ କନ୍ୟା, ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର 

ମାଲକାନଗିରି : ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ଜରି ବସ୍ତା ମଧ୍ୟରେ ନବଜାତ ଶିଶୁ କନ୍ୟାକୁ ଖତ ଗଦାରେ ଫିଙ୍ଗା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତ ଗଦାରୁ କାନ୍ଦିବା ଶବ୍ଦ ଶୁଭିଥିଲା । ଭୋର ପ୍ରାୟ ୪ଟା ସମୟରେ କୌଣସି ବ୍ୟକ୍ତି ଏକ ଶିଶୁକନ୍ୟାକୁ ଜରିବସ୍ତା ମଧ୍ୟରେ ଭର୍ତ୍ତି କରି ଛାଡି ଚାଲିଯାଇଥିବା ବେଳେ ସ୍ଥାନୀୟ କିଛି ପରିବାରର ଲୋକେ ଶିଶୁକନ୍ୟାଟିର କାନ୍ଦ ଶୁଣି ପ୍ରଥମେ ସାହି ପଡିସା ଘରୁ ଏହି ଶବ୍ଦ ଆସୁଥିବା ଅନୁମାନ କରିଥିଲେ । କିନ୍ତୁ ଅନବରତ କାନ୍ଦ ସ୍ୱର ଶୁଣି କିଛି ଲୋକେ ଲାଇଟ ଧରି କାନ୍ଦ ଆସୁଥିବା ସ୍ଥାନକୁ ଯାଇ ଦେଖିବାକୁ ପାଇଲେ । ଏକ ଜରିବସ୍ତା ମଧ୍ୟରୁ ଏହାଶୁଣା ଯାଉଛି । ଜରିବସ୍ତାକୁ ଭଲଭାବେ ନିରୀକ୍ଷଣ କରିବାରୁ ସଦ୍ୟ ନବଜାତ ଶିଶୁକନ୍ୟା ଦେଖିବାକୁ ପାଇଥିଲେ । କନ୍ୟା ଜନ୍ମ ଯୋଗୁଁ ବୋଧ ହୁଏ କେହି ଏଠାରେ ପକାଇ ଯାଇଥିବା ଅନୁମାନ କରାଯାଉଛି । ଶିଶୁକନ୍ୟା ଅଲୋଡା ହୋଇ ପଡିଥିବା ସାହିବାସିନ୍ଦାଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟି ଥିଲା । ତେବେ ସ୍ଥାନୀୟ ଲୋକେ ଏହି ଶିଶୁ କନ୍ୟାକୁ ଦେଖି ଜିଲ୍ଲା ଚାଇଲଡ଼ ଲାଇନକୁ ଖବର ଦେଇଥିଲେ। ଖବର ପାଇ ଚାଇଲଡ଼ ଲାଇନ କର୍ମକର୍ତ୍ତା ମାନେ ପହଞ୍ଚି ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇ ଶିଶୁକନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ତେବେ ଜନବସତି ମଧ୍ୟରେ କିଏ ଓ କାହିଁକି ଏପରି କରିଛି ତାହାର ସତ୍ୟତା ଯାଞ୍ଚ କରିବା ଓ ଏପରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories