ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ନୃଶଂସ ସ୍ୱାମୀ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଆଜି ସକାଳ ଘ ୭. ୩୦ ମିନିଟ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଥାକୁ ନେଇ ସ୍ବାମୀ ସ୍ତ୍ରୀ ଭିତରେ ସାମାନ୍ୟ ବଚସାକୁ ନେଇ ଗ୍ରାମର ଜଣେ ଯୁବକ କିଶୋରୀ ନାଏକ ନିଜ ସ୍ତ୍ରୀ ଦୁର୍ଲଭା ନାଏକକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପାଟି ତୁଣ୍ଡ ଶୁଣି ପାଖ ପଡୋଶୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକଙ୍କୁ ଆକ୍ରମଣ ପାଇଁ ଟାଙ୍ଗିଆକୁ ଜୋରରେ ବୁଲାଇବା ଯୋଗୁଁ କେହି ପାଖକୁ ଆସି ପାରିନଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
Comments are closed.