www.samajalive.in
Saturday, December 6, 2025
23.1 C
Bhubaneswar

ବିଶୁଦ୍ଧ ଜଳ ଯୋଗାଇବାରେ ବାଟବଣା ବସୁଧା ଯୋଜନା

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟାମ୍ପରସରା ପଞ୍ଚାୟତ ଅଧିନରେ ଥିବା ଛନ୍ଦ ପାଲିରେ ବସୁଧା ଯୋଜନା ଫେଲ୍ ମାରିଛି। ପଂଚାୟତରେ ବସୁଧା ଯୋଜନାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଦିଗହରା ହୋଇ ପଡ଼ିଛି । ଏହି ପଂଚାୟତର ତଳି ଟାମ୍ପରସରା ଓ ଟାମ୍ପରସରା ଗ୍ରାମରେ ନିର୍ମାଣ ହୋଇଥିବା ଦେଢ଼ ଲକ୍ଷ ଲିଟର ବିଶିଷ୍ଟ ଓଭର ହେଡ ପାଣି ଟାଙ୍କି ରୁ ଜଳ ଯୋଗାଣ ପାଇଁ ଛନ୍ଦ ପାଲି ଗ୍ରାମକୁ ଜଳ ଯୋଗାଇବା ପାଇଁ ପାଇପ ସଂଯୋଗ କରାଯାଇଛି । ହେଲେ ବର୍ଷର ଅଧିକାଂଶ ମାସ ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ ରହୁଛନ୍ତି । ପ୍ରକଳ୍ପ ନିର୍ମାଣ ସମୟରେ ଅନିୟମିତତା, ନିମ୍ନ ମାନର ପାଇପ, ଯନ୍ତ୍ରାଂଶ, ଆଦିର ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ଜଳ ଓ ପରିମଳ ବିଭାଗକୁ ଜଣାଇଥିଲେ। ହେଲେ ଦାୟିତ୍ୱରେ ଥିବା ତତ୍କାଳୀନ ଯନ୍ତ୍ରୀ ଏହାକୁ କର୍ଣ୍ଣପାତ କରି ନଥିଲେ ବୋଲି ଅଭିଯୋଗ କରିଛନ୍ତି। ଟାମ୍ପରସରାରୁ ଛନ୍ଦପାଲିକୁ ସଂଯୋଗ କରାଯାଇଥିବା ପାଇପ ଗତ ଦୁଇମାସ ହେଲା ଫ।ଟିଯାଇଛି। ଫଳରେ ଜଳ ଯୋଗାଣ ବନ୍ଦ ହୋଇ ଗ୍ରାମବାସୀ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି।
ପଂଚାୟତିରାଜ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଓଭରହେଡ଼ ଟାଙ୍କି ଏକ ପ୍ରକାର ଅଚଳ ହେବା ସହିତ ଗ୍ରାମକୁ ସଂଯୋଗ କରୁଥିବା ପାଇପ ଲାଇନ୍ ଗୁଡ଼ିକ ନଷ୍ଟ ହୋଇ ଯାଇଛି । କଂକ୍ରିଟ ରାସ୍ତା ତଳେ କାଷ୍ଟନ ପାଇପ ର ସଂଯୋଗ କରାଯାଇଥିବାରୁ କେହି ଏହାକୁ ମରାମତି କରିବାକୁ ଚାହୁଁ ନାହାନ୍ତି। ଗାଆଁରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର,ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଏହି ଜଳ ଯୋଗାଣ ଉପରେ ନିର୍ଭର କରିଥାନ୍ତି ।ତେଣୁ ସ୍କୁଲ୍ ଛାତ୍ର ଛାତ୍ରୀ ମାନେ ମଧ୍ୟ ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି । ଏ ନେଇ ସରପଞ୍ଚ ରାଜକିଶୋର ଛନ୍ଦଙ୍କୁ ଜଣାଇବାରୁ ସେ ବିଭାଗିୟ ଯନ୍ତ୍ରୀଙ୍କୁ
ଏହାର ମରାମତି ପାଇଁ ଜଣାଇଛନ୍ତି ବୋଲି ପ୍ରକାଶ କରିଥିଲେ । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ନିୟମିତ ଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories