ବୁର୍ଲା : ବୁର୍ଲାରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସମାଜ ଓଡ଼ିଆ ଖବରକାଗଜର ପ୍ରତିଷ୍ଠା କ୍ଷେତ୍ରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅବଦାନ ଏବଂ ଦୀନ ଦୁଃଖୀଙ୍କ ପାଇଁ ତାଙ୍କ ତ୍ୟାଗ ତଥା ସେବା ଉପରେ ଆଲୋକପାତ କରାଯାଇଥିଲା । ନିର୍ମଳ ବ୍ୟକ୍ତିତ୍ବର ଅଧିକାରୀ ଉତ୍କଳମଣିଙ୍କ ବନ୍ୟା ଏବଂ ଦୁର୍ଭିକ୍ଷ ଭଳି ପ୍ରପୀଡ଼ିତଙ୍କ ସାହାଯ୍ୟ ପାଇଁ ତତ୍ପରତା ଏବଂ ତ୍ୟାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ବୁର୍ଲା ଗୋପବନ୍ଧୁ ଛକଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ତଥା ବରିଷ୍ଠ ନାଗରିକ ଫୋରମର ସମ୍ପାଦକ ଯତୀନ୍ଦ୍ର ମୋହନ ପଣ୍ଡା ଯୋଗଦାନ କରି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଗୁଣଗାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଅଶ୍ବିନୀ ପଣ୍ଡା, ବରିଷ୍ଠ ଶିକ୍ଷକ ତଥା କବି ରାମକୃଷ୍ଣ ରଥ, ଆଇନଜୀବୀ ତଥା ବିଜେପି ମଣ୍ତଳ ପୂର୍ବତନ ସଭାପତି ନମ୍ରସକାନ୍ତ ପଟ୍ଟନାୟକ(ଅର୍ଜୁନ), ସମ୍ୱଲପୁର ମହାନଗର ନିଗମ ବୁର୍ଲା ଶାଖା ସେସ୍କନ ଅଧିକାରୀ ରଂଜିତ ପରିଡ଼ା, ମହାନଗର ନିଗମ ବୁର୍ଲା ଶାଖା ୱ୍ବାର୍ଡ ଅଫିସର ଦିଲ୍ଲୀପ ପ୍ରଧାନ, ବୁର୍ଲା ବ୍ରାହ୍ମଣ ସମାଜର ପ୍ରମୋଦ ଦାଶ, ବୁର୍ଲା ବ୍ରାହ୍ମଣ ସମାଜର ସମ୍ପାଦକ ନୟନ କୁମାର ନାୟକ, ବରିଷ୍ଠ ବିଜେଡି ନେତା ଶିବ ଦଳେଇ, ଭାରତୀ କଳା ବିକାଶ କେନ୍ଦ୍ରର ନୃତୁଗୁରୁ ସତ୍ୟବ୍ରତ ସାହୁ, ବୁର୍ଲା ୟୁଥ୍ ଏଗେନଷ୍ଟ କରପସନର ସଭାପତି ପ୍ରଭାସ ପୃଷେଠ, ଆଲୋକ ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ସାହୁ, ବରିଷ୍ଠ ନେତା ଦେବାଶିଷ ନନ୍ଦ, ବରିଷ୍ଠ ବିଜେପି ନେତା ଗୌତମ ଲାମା, ଅମରେନ୍ଦ୍ର ପଣ୍ଡା, ଜଗଜିତ ସିଂ(ଛିନ୍ଦୁ), କନହେୟା ଲାଲ ଗୁପ୍ତା, ରମେଶ ଗିରି, ବରିଷ୍ଠ ବିଜେପି ନେତା ବୈଶାଖୁ କଲେତ, ଗୋପବନ୍ଧୁ ସଂଗଠନର ରାଜୁ ସ୍ୱାଇଁ, ରଂଜିତ ଆଚାର୍ଯ୍ୟ, ଆଇନଜୀବୀ ପ୍ରତାପ ସୁନା, ସତ୍ୟ ମାହାର ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିବାବେଳେ ବୁର୍ଲା ସମାଜ ପ୍ରତିନିଧି ପ୍ରଣବାନନ୍ଦ ପଣ୍ଡାଙ୍କ ନେତୃତ୍ବରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ଏବଂ ପଦଚିହ୍ନକୁ ଅନୁସରଣ କରିବା ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।



