www.samajalive.in
Saturday, December 13, 2025
21.1 C
Bhubaneswar

ଗୋମାଂସ ଖାଇବା ସନ୍ଦେହରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ

ନୀଳଗିରି: ପଶ୍ଚିମବଙ୍ଗର ୨ଜଣ ପର୍ଯ୍ୟଟକ ବାଲେଶ୍ୱର ଜିଲା ନୀଳଗିରିକୁ ପରିଭ୍ରମଣରେ ଆସି ଏକ ଶୈବପୀଠ ପାଦଦେଶରେ ଗୋମାଂସ ଖାଇବା ସନ୍ଦେହରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଚବିଶ ପରଗଣା ଅଞ୍ଚଳର ଶୁଭମ ଦାସ  ଓ ସୌମ୍ୟଦୀପ ଗିରି  ଦୀର୍ଘ ୬ ମାସ ହେବ ଓଡ଼ିଶା ପରିଭ୍ରମଣରେ ବାହାରିଛନ୍ତି । ଏମାନେ ଗୋଟିଏ ବାଇକରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଗତ ୪ତାରିଖରେ ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ବିଶ୍ୱେଶ୍ୱର ଶୈବପୀଠରେ ପହଞ୍ଚି ଏକ ଅସ୍ଥାୟୀ ଟେଣ୍ଟ କରି ରହି ଆସୁଥିଲେ ।

ଆଜି ନିକଟସ୍ଥ ସିକିଡ଼ିଆ ଓ ମୁକୁନ୍ଦପୁର ଗାଁର କେତେକ ଯୁବକ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏମାନେ ଶୈବପୀଠ ସ୍ଥଳୀରେ ଗୋମାଂସ ରୋଷେଇ କରି ଖାଉଥିବା ସନ୍ଦେହ କରି ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଭୟ ପର୍ଯ୍ୟଟକ ହିନ୍ଦୁ ସମ୍ପ୍ରଦାୟର ଏବଂ ସେମାନେ ଗୋମାଂସ ଭକ୍ଷଣ କରିନାହାଁନ୍ତି ବୋଲି ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ଏହି ଯୁବକମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ଟେଣ୍ଟ ଭାଙ୍ଗି ମୋବାଇଲ ଛଡ଼ାଇ ନେଇଥିଲେ । ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ପର୍ଯ୍ୟଟକଦ୍ୱୟ ନିକଟସ୍ଥ ଈଶ୍ୱରପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ସ୍ଥାନୀୟ ଫାଣ୍ଡିରେ ଏ ସମ୍ପର୍କରେ ଏତଲା ଦେଇଛନ୍ତି । ଈଶ୍ୱରପୁର ଫାଣ୍ଡି ଅଧିକାରୀ ଖଗେନ୍‍ ମହାଳିକ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିବା ସହ ସେମାନେ ଗୋମାଂସ ଖାଉନଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜାଣି ପାରିଛନ୍ତି । ଅତିଥି ଦେବୋ ଭବ ବଦଳରେ ପର୍ଯ୍ୟଟକଙ୍କୁ ଏଭଳି ଆକ୍ରମଣକୁ ଅଞ୍ଚଳରେ ନିନ୍ଦା କରାଯାଇଛି ।

କତୁରୀରେ ଯୁବକଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

- Advertisement -

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories