www.samajalive.in
Wednesday, December 10, 2025
18.1 C
Bhubaneswar

ଲାଞ୍ଚ ନେବା ଭାଇରାଲ ଭିଡିଓ ଘଟଣା ; ବରିଷ୍ଠ କିରାଣି ନିଲମ୍ବିତ

ମାଲକାନଗିରି :  କାଲିମେଳା ତହସିଲରେ କାର୍ଯ୍ୟରତ ବରିଷ୍ଠ କିରାଣି ଭେଜାଙ୍ଗିୱାଡାର ଜଣେ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରାଇଦେବା ନିମନ୍ତେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସହ ଆଉ ଏକ ଲକ୍ଷ ଟଙ୍କା ପରବର୍ତ୍ତି କିସ୍ତିରେ ଦେବାପାଇଁ ଦାବି କରୁଥିବା ଏକ ଭିଡିଓ ଭାଇରାଲ ହେବାପରେ ଆଜି ଜିଲ୍ଲାପାଳ ୱାଇ. ବିଜୟ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ଉପ- ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଘଟଣାର ତଦନ୍ତ କରିବା ସହ ଶ୍ରୀ ସେଠୀଙ୍କ ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇଲା ପରେ ଜିଲ୍ଲାପାଳ ଶ୍ରୀ ବିଜୟ କାର୍ଯ୍ୟରେ ଅବହେଳା ଓ ଦୁର୍ନିତି ପ୍ରମାଣ ପାଇବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସୁଚନା ଥାଉକି ଏଥିପୁର୍ବରୁ କିଛିଦିନ ତଳେ ଏହି କାଲିମେଳା ତହସିଲରେ ଚଞ୍ଚକତା କରି ପଟ୍ଟା କରାଇବା ବିବାଦରେ କନିଷ୍ଠ କିରାଣୀ ଦିବ୍ୟସିଂହ ପାଇକରାୟ ଓ ରାଜସ୍ବ ନିରୀକ୍ଷକ ସୁରେଶ ପୁଜାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories