www.samajalive.in
Sunday, December 14, 2025
14.1 C
Bhubaneswar

୪ର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ : ମାଲା ଦଳ ଚମ୍ପିୟାନ

ଜି ଉଦୟଗିରି : ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ୪ର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି।‌ ଏଥିରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଶୁକ୍ରବାର ଅନ୍ତିମ ପର୍ଯ୍ୟାୟ ଖେଳ ଖଜୁରୀପଡ଼ା ବନାମ ଫିରିଙ୍ଗିଆ ପଞ୍ଚାୟତର ମାଲା ଦଳ ମଧ୍ୟରେ ଅନୁଷ୍ଟିତ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଅମିମାଂସିତ ହେବାରୁ ପେନାଲ୍ଟିକ୍ ସଟ ସହାୟତାରେ ମାଲା ଦଳ ୪-୦ରେ ଚାମ୍ପିଅନ ହୋଇଛି । ଆଜିର ମ୍ୟାଚକୁ କାମାକ୍ଷା ପ୍ରସାଦ ପ୍ରଧାନ, ଶମ୍ଭୁ ପ୍ରସାଦ, ବାଲୁଙ୍କେଶ୍ୱର ମଲିକ, ଓ ତନ୍ମୟ ବିଷୋୟୀ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା, ଅନ୍ୟତମ ଅତିଥି ଭାବେ ଏନଏସି ଭାରପ୍ରାପ୍ତା ଅଧକ୍ଷ ସନ୍ତୋଷ କୁମାର ବାଘ ଓ ମୁଖ୍ୟ ବକ୍ତା ଆଇନଜୀବୀ ସତ୍ୟନାରାୟଣ ବେହେରା ଯୋଗଦେଇ ଭାଇଚାରା ରଖି ଉଚ୍ଚ କ୍ରୀଡ଼ା ପ୍ରଦର୍ଶନ ନିମନ୍ତେ ପରାମର୍ଶ ଦେଇଥିଲେ। ପରେ ମ୍ୟାନ ଅଫ ଦି ମ୍ୟାଚ ଗଜେନ୍ଦ୍ର, ବେଷ୍ଟ୍ ସ୍କୋରର ବିଜୁ ଜାନେ ବେଷ୍ଟ ଦିଫେଣ୍ଡର ସଞ୍ଜୀବ, ଓ ଶୃଙ୍ଖଳିତ ଦଳ ଭାବେ ମାଲା ଦଳ ସହ ରନର୍ସ ଓ ବିଜୟୀ ଦଳକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବରୁ ସମାଜସେବୀ ଶାନ୍ତନୁ କୁମାର ପ୍ରଧାନ, ଅବସରପ୍ରାପ୍ତ ସୈନିକ କିଶୋର ଚନ୍ଦ୍ର ନାୟକ ଉପସ୍ଥିତ ରହି କ୍ରୀଡାପ୍ରେମୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories