www.samajalive.in
Sunday, December 14, 2025
26.1 C
Bhubaneswar

ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଆଜି ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖୋଜ ଯୁବକ ଜଣକ ହେଲେ ନୟାଗଡ଼ର ଓମ୍ କାର ବୟସ ୨୮ ବୋଲି ପୁଲିସ ସୂଚନା ଦେଇଛି।
ସୂଚନା ପ୍ରକାରେ ଆଜି ନୟାଗଡ଼ରୁ ୮ ଜଣ ଯୁବକ, ଯୁବତୀ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ସକାଳ ପ୍ରାୟ ସାଢେ଼ ୧୧ ଟା ବେଳେ ଗୋପାଳପୁର ହୋଟେଲ ସି ସାଇଡ୍ ବ୍ରିଜ ନିକଟ ବେଳାଭୂମି ଠାରେ ନିଖୋଜ ରହିଥିବା ଓମକାର ସମେତ ସମସ୍ତେ ଗାଧେଇ ଥିଲେ। ସେହି ସମୟରେ ଉଚ୍ଚ ଜୁଆର ଆସିବାରୁ ଓମ୍ କାର ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଘଟଣା ନେଇ ସ୍ଥାନୀୟ ଲାଇଫ ଗାର୍ଡକୁ ଖବର ଦିଆଯାଇଥିଲା।

ଲାଇଫ ଗାର୍ଡ ଜି. ଜଗନ୍ନାଥ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ଓମକାରଙ୍କ କୌଣସି ଖବର ପାଇ ନଥିଲେ। ଏହାପରେ ଗୋପାଳପୁର ଥାନାକୁ ଘଟଣା ନେଇ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସଆଇ ମହେନ୍ଦ୍ର ବେହେରା, ସୋଫିଆ ମିଶ୍ର, ଏଏସଆଇ ବି. ତ୍ରିପତି ରାଓ ବେଳାଭୂମିରେ ପହଞ୍ଚି ତଦନ୍ତ କରିବା ସହ କନିଶି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ୪ ଜଣ ମୁଖ୍ୟ ଆଗ୍ନିକ ଶଙ୍କର ବେହେରା, ଏସକେଏମ ରେହେମାନ, ତାପସ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ବେହେରା ପହଞ୍ଚି ପ୍ରାୟ ୪ ଘଣ୍ଟା ଧରି ନିଖୋଜ ଯୁବକକୁ ଖୋଜି ଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇ ନଥିଲେ। ଏ ନେଇ ଗୋପାଳପୁର ଥାନାରେ ଏକ ଷ୍ଟେସନ ଡ଼ାଇରୀ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories