www.samajalive.in
Sunday, December 14, 2025
14.1 C
Bhubaneswar

ପାକିସ୍ତାନକୁ ହରାଇ ଭାରତ ୪ର୍ଥ ଥର ବିଜେତା

ସାଲାଲା (ଓମାନ୍‌): ଏଠାରେ ଚାଲିଥିବା କନିଷ୍ଠ ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ​‌େ​‌ର ଭାରତ ଚମ୍ପିଆନ୍‌ ହୋଇଛି। ଗୁରୁବାର ସଂଘର୍ଷପୂର୍ଣ୍ଣ ଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୨-୧ ଗୋଲ୍‌ରେ ଭାରତ ପରାସ୍ତ କରିଛି। ପୂରା ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାରକରି ଭାରତ ଏହି ସହଜ ବିଜୟ ହାସଲ କରିଛି। ଲିଗ୍‌ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମୁକାବିଲା ଅମୀମାଂସିତ ରହିଥିଲା। ଏହି ବିଜୟ ସହ ଭାରତ ଟାଇଟଲ ବଜାୟ ରଖିବା ସହ ସର୍ବାଧିକ ୪ର୍ଥ ଥର କନିଷ୍ଠ ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟ​ ଜିତିଛି।

ଆକ୍ରମଣାତ୍ମକ ଶୈଳୀରେ ଭାରତ ଖେଳ ଆରମ୍ଭକରି ୧୨ ମିନିଟରେ ଗୋଲ୍‌ ଦେଇଥିଲା। ଅଙ୍ଗଦବୀର ସିଂହ ଏହି ଗୋଲ୍‌ ଦେଇଥିଲେ। ୧୯ ମିନିଟରେ ଭାରତର ଅରାଇଜିତ ସିଂହ ହୁଣ୍ଡାଲ ୨ୟ ଗୋଲ୍‌ ଦେଇଥିଲେ। ମଧ୍ୟାନ୍ତର ସୁଦ୍ଧା ଭାରତ ୨-୦ ଗୋଲ୍‌ରେ ଆଗୁଆ ଥିଲା। ଦ୍ବିତୀୟାର୍ଦ୍ଧରେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରି ୩୭ ମିନିଟରେ ଗୋଟିଏ ଗୋଲ୍‌ ସୁଝାଇଥିଲା। ବଶାରତ ଅଲୀ ଏହି ଗୋଲ୍‌ ଦେଇଥିଲେ। ୪ର୍ଥ କ୍ବାର୍ଟରରେ ଗୋଲ୍‌ ସୁଝାଇବା ପାଇଁ ପାକିସ୍ତାନ ଚାପ ପକାଇ ଖେଳିଥିଲା ଏବଂ ଏକାଧିକ ଗୋଲ୍‌ଦେବାର ସୁଯୋଗ ସୃଷ୍ଟି କରିଥିଲା। ଶେଷ କ୍ବାର୍ଟରରେ ପାକିସ୍ତାନ ୫ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ସବୁତକ ନିଷ୍ଫଳ ହୋଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories