www.samajalive.in
Sunday, December 7, 2025
16.1 C
Bhubaneswar

ଜାଣନ୍ତୁ କେତେ ଉପକାରୀ ପାଳଙ୍ଗ ଶାଗ..

ସବୁଜ ପନିପରିବା,ବିଭିନ୍ନ ପ୍ରକାର ଶାଗ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଭିନ୍ନ ପ୍ରକାର ଶାଗ ମଧ୍ୟରୁ ଅନେକ ଲୋକେ ପାଳଙ୍ଗ ଶାଗ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ, ସୋଡିୟମ, ଫସଫରସ, ଖଣିଜ ଲବଣ, ପ୍ରୋଟିନ୍‌‌, ଆଇରନ, ଭିଟାମିନ୍‌‌ ଏ, ସି, ଭରପୁର ମାତ୍ରାରେ ରହିଛି। ଏସବୁ ପୋଷକ ତତ୍ତ୍ୱ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ପାଳଙ୍ଗ ଶାଗକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରି ଖାଇ ପାରିବେ। ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ..
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ, ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଚକ୍ଷୁ ପାଇଁ ଖୁବ୍‌‌ ଉପକାରୀ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ଚକ୍ଷୁକୁ ସୁସ୍ଥ ରଖିଥାଏ।
ପାଳଙ୍ଗ ଶାଗରେ ଫାଇବର ଓ ପାଣି ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗି ନଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
ପାଳଙ୍ଗ ଶାଗରେ ମାଗ୍ନେସିୟମ, ଆଇରନ ଓ ପୋଟାସିୟମ ରହିଛି। ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ।
ପାଳଙ୍ଗରେ କ୍ୟାଲସିୟମ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ। ହାଡକୁ ଦୁର୍ବଳ ହେବାରୁ ରକ୍ଷା କରିବା ପାଇଁ ପାଳଙ୍ଗ ଶାଗ ଖାଆନ୍ତୁ।
ହୃଦୟକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ସେବନ କରିବା ଆବଶ୍ୟକ। ଏହା ହୃଦଘାତର ସମ୍ଭାବନା ମଧ୍ୟ କମ୍‌‌ କରିଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories