ବନାନ ପ୍ରତିଯୋଗିତା ଜିତିଲେ ଭାରତୀୟ ବଂଶୋଦ୍ଭବ

0

ହଷ୍ଟନ୍‍ : ଆମେରିକାରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବ କାର୍ତ୍ତିକ ନେମାନି (୧୪ ବର୍ଷ) ଶୁକ୍ରବାର ଏଠାରେ ଅନୁଷ୍ଠିତ ସମ୍ମାନଜନକ ‘ସ୍କ୍ରିପ୍‍ଓ ନ୍ୟାସନାଲ ସ୍ପେଲିଂ ବି’ ପ୍ରତିଯୋଗିତା ଜିଣିଛନ୍ତି। ପୁରସ୍କାର ବାବଦ ତାଙ୍କୁ ୪୨,୦୦୦ ଡଲାର ନଗଦ ଏବଂ ଏକ ଟ୍ରଫି ପ୍ରଦାନ କରାଯାଇଛି। ‘କିନୋନିଆ’ ଶବ୍ଦର ଇଂରାଜୀ ବନାନ କରିବାକୁ ତାଙ୍କୁ କୁହାଯାଇଥିଲା। କାର୍ତ୍ତିକ ସମ୍ପୂର୍ଣ୍ଣ ଠିକ୍‍ ଉତ୍ତର ଦେଇ ବିଜୟୀ ହୋଇଛନ୍ତି। ଏଥିସହ କ୍ରମାଗତ ୧୧ ବର୍ଷ ମଧ୍ୟରେ ଏହି ସମ୍ପ୍ରଦାୟରୁ ୧୪ ଜଣ ସ୍ପେଲିଂ ବି ପ୍ରତିଯୋଗିତା ଜିତିଛନ୍ତି। ଚଳିତ ପ୍ରତିଯୋଗିତାରେ ୫୧୬ ଜଣ ଅଂଶଗ୍ରହଣ କରିଥିଲେ; କିନ୍ତୁ ଶେଷରେ ଟେକ୍ସାସ୍‍ ଅନ୍ତର୍ଗତ ମ୍ୟାକ୍‍କିନୀ ନିବାସୀ କାର୍ତ୍ତିକଙ୍କର ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ନିସା ମୋଦୀଙ୍କ ସହିତ କଡ଼ା ମୁକାବିଲା ହୋଇଥିଲା।

Leave A Reply