BJD Bijuli 480×75 Mob

ମହାକାଶରୁ ଫେରିଲେ ହେବେ ରୋଗାକ୍ରାନ୍ତ

BJD Bijuli 480×75 Mob

ମାସମାସ ଧରି ମହାକାଶଚାରୀ ସ୍ପେସ୍‌‌ ଷ୍ଟେସନ୍‌ରେ ରହି ଗବେଷଣା କରୁଛନ୍ତି। କେତେଜଣ ଗବେଷକ ଚନ୍ଦ୍ର ଅଭିଯାନରେ ମଧ୍ୟ ଯାଉଛନ୍ତି। ଚନ୍ଦ୍ର, ମଙ୍ଗଳରେ ଜନବସତି ଆରମ୍ଭ କରିବାକୁ ଏ ଭିତରେ ଯୋଜନା ଚାଲିଲାଣି। ମହାକାଶରେ କାମକରୁଥିବା ମହାକାଶଚାରୀ ଯେ ରୋଗାକ୍ରାନ୍ତ ହେଉଛନ୍ତି, ସେ ତଥ୍ୟ ଏବେ ସବୁଠି ଚାଞ୍ଚଲ୍ୟ ସୃଷ୍ଟି କରୁଛି। ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ କରିଛନ୍ତି। ମହାକାଶରୁ ଫେରୁଥିବା ଅଧିକାଂଶ ମହାକାଶଚାରୀ ଓଷ୍ଟିଓପୋରୋସିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ୨୦୦୧ରେ ଏହି ଅନୁସନ୍ଧାନ ଆରମ୍ଭ କରାଗଲା। ସେତେବେଳେ ୧୭ଜଣ ମହାକାଶଚାରୀ ସମାନ ହାଡ଼, ଗଣ୍ଠି ରୋଗରେ ଆକ୍ରାନ୍ତ ହେଲେ। ସବୁଠୁ ମୁଖ୍ୟ କଥା ହେଲା, ଗୋଟିଏ ବର୍ଷ ଚିକିତ୍ସା, ଯତ୍ନରେ ରହିବା ପରେ ମଧ୍ୟ ସେମାନେ ପୂର୍ବଭଳି ଚାଲବୁଲ କରିପାରିନଥିଲେ। ମହାକାଶରେ ମାଧ୍ୟାକର୍ଷଣ ନଥିବାରୁ ସେଠି ଗୋଡ଼ କୌଣସି କାମ କରିପାରେନି। ପୃଥିବୀପୃଷ୍ଠକୁ ଫେରିବା ପରେ ମଧ୍ୟ ସହଜ ଭାବେ ଚାଲିବା ସେମାନଙ୍କ ପାଇଁ କାଠିକର ହୋଇପଡ଼େ। ପୃଥିବୀ ବାହାର ଦୁନିଆ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ମହାକାଶଚାରୀମାନେ ସାହସିକତାର ପଦକ୍ଷେପ ନେଉଛନ୍ତି। ମହାକାଶକୁ ଯିବାର ଅନ୍ୟ ଅର୍ଥ ହେଲା ରୋଗକୁ ନିମନ୍ତ୍ରଣ କରିବା ବୋଲି ନାସାର ଜଣେ ଗବେଷକ କହିଛନ୍ତି। nn

Comments are closed.