ସୋୟା ମଞ୍ଚୁରିୟନ୍‍

0

ଆବଶ୍ୟକ ସାମଗ୍ରୀ:
ସୋୟାବିନ୍ସ- ୧କପ
କର୍ଣ୍ଣଫ୍ଲୋର- ୨ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ପିଆଜ- ୧ଟି
ଶିମଲା ଲଙ୍କା- ୧ଟି
ଚିଲ୍ଲି ସସ୍‍- ୨ଚାମଚ
ସୋୟା ସସ୍‍- ୧ଚାମଚ
ରସୁଣ- ୩ଟି (ଛଡା ହୋଇଥିବା)
ଅଦା
କଞ୍ଚା ଲଙ୍କା- ୨ଟି
ଟମାଟୋ ସସ୍‍-୨ଚାମଚ
ଲୁଣ- ଆବଶ୍ୟକ ଅନୁଯାୟୀ
ତେଲ- ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତ ପ୍ରଣାଳୀ:
ସୋୟାବିନକୁ ପ୍ରଥମେ ୫ମିନିଟ ଗରମ ପାଣିରେ ବତୁରାଇ ରଖନ୍ତୁ। ୫ମିନିଟ ପରେ ପାଣିରୁ ବାହାର କରି ଭଲ ଭାବରେ ଚିପୁଡି ଦିଅନ୍ତୁ। ତାପରେ ସେଥିରେ କର୍ଣ୍ଣଫ୍ଲୋର,ଲଙ୍କା ଗୁଣ୍ଡ,ଲୁଣ ପକାଇ ଭଲ ଭାବରେ ମିଶାଇ ୧୦ମିନିଟ ରଖି ଦିଅନ୍ତୁ। ପିଆଜ,ଅଦା ଓ କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଶିମଲା ଲଙ୍କାକୁ ସାମାନ୍ୟ ଛୋଟ ଆକାରର କାଟି ଦିଅନ୍ତୁ। ତାପରେ କଡେଇ ଗରମ କରି ସେଥିରେ ଅଦା,ରସୁଣ ପକାଇ ଭାଜନ୍ତୁ। ପୁଣି ସେଥିରେ ପିଆଜ ଓ କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଶିମଲା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ। ବର୍ତ୍ତମାନ ସେଥିରେ ଚିଲ୍ଲି ସସ୍‍,ସୋୟା ସସ୍‍,ଟମାଟୋ ସସ୍‍ ଓ ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ। କିଛି ସମୟ ପରେ ସେଥିରେ ୧କପ ପାଣି ଦେଇ ମିଶ୍ରଣ ଗାଢ୍‍ ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ମିଶ୍ରଣ ଗାଢ ହୋଇଯିବା ପରେ ସେଥିରେ ସୋୟାବିନ୍ସ ପକାଇ ଭଲ ଭାବରେ ମିଶାଇ କିଛି ସମୟ ଛାଡି ଦିଅନ୍ତୁ। ତା ଉପରେ କଟା ପିଆଜକୁ ସୋୟାବିନ୍ସ ଉପରେ ପକାଇ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୋୟା ମଚୁରିୟନ୍‍।

kalyan agarbati
Leave A Reply