www.samajalive.in
Saturday, December 6, 2025
14.1 C
Bhubaneswar

ଦୁଃଖଦ ; ବିଷାକ୍ତ ଗ୍ୟାସ ଲିକ୍‌‌ ହୋଇ ୧୬ ମୃତ

ଜୋହାନ୍ସବର୍ଗ : ବିଷାକ୍ତ ଗ୍ୟାସ ନେଲା ୧୬ ଜଣଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ପୂର୍ବ ପ୍ରାନ୍ତରେ ଥିବା ଗୋଟିଏ ବସ୍ତିରେ। ବସ୍ତିରେ ବିଷାକ୍ତ ଗ୍ୟାସ୍‌‌ ଲିକ୍‌‌ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡିଛି। କେତେକ ଆହତ ମଧ୍ୟ ହୋଇଛନ୍ତି।
ସୂଚନା ଯୋଗ୍ୟ, ଜୋହାନ୍ସବର୍ଗର ବୋକ୍ସବର୍ଗର ଆଙ୍ଗେଲୋ ଠାରେ ଏହି ଅଘଟଣ ଘଟିଛି। ବେଆଇନ ଖଣି ଖନନ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସ୍‌‌ ସିଲିଣ୍ଡରରୁ ବିଷାକ୍ତ ଗ୍ୟାସ ଲିକ୍‌‌ ହେବାରୁ ଏହି ଗ୍ୟାସ୍‌‌ ସଂସ୍ପର୍ଶରେ ବସ୍ତି ବାସିନ୍ଦା ଆସିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories