www.samajalive.in
Saturday, December 6, 2025
16.1 C
Bhubaneswar

ମନରେଗା ଦୁର୍ନୀତି ରୋକିବାକୁ ସଚେତନତା ବାର୍ତ୍ତା ଦେଲେ ଯୁବ ଗୋଷ୍ଠି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଲାଞ୍ଜି ଗ୍ରାମପଞ୍ଚାୟତରେ ପୁଣି ମନରେଗା ଯୋଜନାର ଦୁର୍ନୀତି ରୋକିବା ନେଇଁ ବାଇକ୍ ରାଲି ମାଧ୍ୟମରେ ପଞ୍ଚାୟତର ବିଭିନ୍ନ ଗାଁରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ବ୍ରିଟିଶ କୁମାରଙ୍କ ତତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୌତମ ଦୋରା, ପୂର୍ଣ୍ଣ ମାଝୀ, କୁଞ୍ଜ ମାଝୀ, ବନ ମାଝୀ ପ୍ରମୁଖ ସାମିଲ ରହି ବିଶେଷ ସହଯୋଗ କରିଥିଲେ। ଗତମାସ ମେ ୨୯ ତାରିଖ ସୋମବାର ଦିନ ଶ୍ରମିକଙ୍କ ପ୍ରତିବାଦ ସଭା କରିବା ପରେ ମଧ୍ୟ୍ୟ ବ୍ଲକ କିମ୍ୱା ଜିଲ୍ଲା ପ୍ରଶାସନ ଏବେ ଯାଏଁ କୌଣସି ପଦେକ୍ଷପ ନ ନେବାରୁ ଆଜି ପୁଣି ମନରେଗା ମହାଦୁର୍ନୀତ ରୋକିବା ପାଇଁ ବାଇକ ରାଲି ମାଧ୍ୟମରେ ଲାଞ୍ଜି ପଞ୍ଚାୟତର ପ୍ରତ୍ୟେକ ଗାଁ ଯାଇ ସଚେତନତା ବାର୍ତ୍ତା ଦେଇଥିଲେ ଅଞ୍ଚଳର ଯୁବ ଗୋଷ୍ଠି। ଏହି ରାଲିରେ ଆଲୋଚନା ହୋଇଥିଲା ଯେ, ବ୍ଲକ ପ୍ରଶାସନ, ଜିଆରଏସ ଏବଂ ଗାଁ ସାଥିଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏବେ ଯାଏଁ ବ୍ଲକ ବା ଜିଲ୍ଲା ପ୍ରଶାସନ ଦୁର୍ନୀତିଗ୍ରସ୍ତ ଜିଆରଏସ ଓ ଗାଁ ସାଥିଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହା ଫଳରେ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକଙ୍କୁ ପାରିଶ୍ରମିକ ଅର୍ଥ ରାଶି ମିଳିନି ବୋଲି ବୈଠକରେ ଆଲୋଚନ ହୋଇଥିଲା। ଉକ୍ତ ବୈଠକରେ ଲାଞ୍ଜି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଯୋଗଦେଇ ଜିଆରଏସ ଓ ଗାଁ ସାଥିଙ୍କ ମନମୁଖୀ କାର୍ଯ୍ୟକୁ ନେଇଁ ବିରୋଧ କରିବା ସହିତ ଏବେ ବ୍ଲକ ପ୍ରଶାସନ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତାହାହେଲେ ଆମେ ବ୍ଲକ ଘେରାଉ କରିବା ସହିତ ପ୍ରଶାସନ ନାଁରେ ଅଦାଲତରେ ମାମଲା ରୁଜୁ କରିବୁ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ମନରେଗା ଯୋଜନାରେ ହେଉଥିବା ମହାଦୁର୍ନୀତି ଓ ଅନେକ ସ୍ଥାନରେ ଅଧାପନ୍ତରିଆ ଭାବେ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା ଓ ଶ୍ରମିକଙ୍କୁ ନିୟମିତ ପାରିଶ୍ରମିକ ଅର୍ଥରାଶି ନ ମିଳିବା ଏବଂ ଶ୍ରମିକଙ୍କୁ ଉଚିତ ପରିମାଣରେ ମଜୁରୀ ନ ଦେବା ଭଳି ଅନେକ ଅଭିଯୋଗ ଆସୁଛି। ହେଲେ ବ୍ଲକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନେବା କେତେ ବଡ଼ ଦୁର୍ଭାଗ୍ୟର ବିଷୟ। ଯେଉଁ ପର୍ଯ୍ୟନ୍ତ କାର୍ଯ୍ୟରେ ଥିବା ଜିଆରଏସ ଓ ଗାଁ ସାଥିଙ୍କ ବିରୋଧରେ ବ୍ଲକ ବା ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନେ ମନମୁଖୀ କାର୍ଯ୍ୟ କରିଚାଲୁଥିବେ। ତେଣୁ ଯଥା ସମ୍ଭବ ଅର୍ଥ ରାଶି ହଡପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories