www.samajalive.in
Wednesday, December 10, 2025
16.1 C
Bhubaneswar

ଦକ୍ଷିଣ ଆଫ୍ରିକା ୪୩୧ ରନ୍‌ରେ ଅଲଆଉଟ୍‌, ଭାରତ ୨ୟ ପାଳିରେ ୨୧/୧

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୪୩୧ ରନ୍‌ରେ ଅଲଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାଠାରୁ ୭୧ ରନରେ ଆଗୁଆ ରହିଛି। ଭାରତ ୨ୟ ପାଳିର ବ୍ୟାଟିଂ ଆରମ୍ଭ କରି ୧ ୱିକେଟ ହରାଇ ୨୧ ରନ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ ୭ରନ କରି ଆଉଟ ହୋଇଛନ୍ତି।

ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୫୦୨ ରନ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୬୩ ରନରେ ୪ ୱିକେଟ ହରାଇବା ପରେ ସଙ୍କଟରେ ପଡ଼ି ଯାଇଥିଲା। କିନ୍ତୁ ଓପନର ଡିନ ଏଲଗାର ଏବଂ ଫାପ୍‌ ଡୁ ପ୍ଲେସିସ ପାଳି ସମ୍ଭାଳିଥିଲେ। ୫ମ ୱିକେଟରେ ଉଭୟେ ୧୧୫ ରନ ଯୋଡ଼ିବା ପରେ ଡୁପ୍ଲେସିସ ୫୫ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ କ୍ବିଣ୍ଟନ ଡି କକ୍‌ ଆକର୍ଷଣୀୟ ଶତକୀୟ ପାଳି ଖେଳି ୧୧୧ ରନ୍‌ ସଂଗ୍ରହ କରିଥିଲେ। ଏଲଗାର ଏବଂ ଡି କକ୍‌ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଏଲଗାର ୧୬୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଦୁଇଟି ଶତକ ବଳରେ ଦକ୍ଷିଣ ଆଫ୍ରିକା ୩ୟ ଦିନ ଶେଷ ସୁଦ୍ଧା ୮ ୱିକେଟ ହରାଇ ୩୮୫ ରନ ସଂଗ୍ରହ କରିଥିଲା। ଶନିବାର ୪ର୍ଥ ଦିନରେ ଦଳ ଆଉ ୪୬ ରନ୍‌ ଯୋଡ଼ି ୨ଟି ୱିକେଟ ହରାଇଥିଲା। ସେନୁରାନ ମୁଥୁସାମୀ ୩୩ ରନର ପାଳି ଖେଳିବା ସହ ଶେଷ ପର୍ଯ୍ୟନ୍ତ ନଟଆଉଟ ରହିଥିଲେ।

- Advertisement -

ଭାରତ ପକ୍ଷରୁ ଆର. ଅଶ୍ଵିନୀ ସର୍ବାଧିକ ୭ଟି ୱିକେଟ ହାସଲ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୨ଟି ଏବଂ ଇଶାନ୍ତ ଶର୍ମା ୧ଟି ୱିକେଟ ଅକ୍ତିଆର କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories