ଭୁବନେଶ୍ୱର:ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ପବିତ୍ର ଦୁର୍ଗାପୂଜା ପାଇଁ ନୂଆ ରୁପରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ସମେତ ହଜାରେ ବର୍ଷର ପୁରୁଣାସହର କଟକ। ପୂଜାପାଇଁ ଭିଡବି ଜମିବାରେ ଲାଗିଲାଣୀ। ଆଉ ଏହାରିମଧ୍ୟରେ ରାଜଧାନୀବାସୀଙ୍କ ଲାଇଫଲାଇନ ସାଜିଥିବା ‘ମୋ ବସ’ ସେବା ପୂଜା ସମୟରେ ଚଳାଚଳକୁ ପରିବର୍ତ୍ତନ ରଖିବାକୁ ନିଷ୍ପତ୍ତି ହୋଇଛି। ପୂଜା ସମୟରେ ଭୁବନେଶ୍ୱର ଓ କଟକରେ ହେଉଥିବା ଭିଡକୁ ନଜରରେ ରଖି କ୍ରୁଟ ପକ୍ଷରୁ ଅକ୍ଟୋବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟା ପରେ ‘ମୋ ବସ’ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କମିସନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ଅକ୍ଟୋବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ସହର ମଧ୍ୟକୁ ଅପରାହ୍ନ ୪ଟାପରେ ଭାରୀଯାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କମିସନରେଟ ପୁଲିସର ଏହି ନିଷ୍ପତ୍ତିକୁ ନଜରରେ ରଖି କ୍ରୁଟ ପକ୍ଷରୁ ଭୁବନେଶ୍ୱର,କଟକ ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ମୋ ବସ ଗୁଡିକ ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଚଳାଚଳ କରିବ।
Popular Categories



