BJD Bijuli 480×75 Mob

ଗାଙ୍ଗୁଲି, ଶାହାଙ୍କ ୨ୟ ଇନିଂସ୍‌ ଲାଗି ପଥ ପରିଷ୍କାର

BJD Bijuli 480×75 Mob

ନୂଆଦିଲ୍ଲୀ: ଆଇନ୍‌ ଲଢ଼େଇରେ ଜିତିଛନ୍ତି ଭାରତୀୟ କ୍ରିକେଟ୍‌ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ)ର ସଭାପତି ଓ ସମ୍ପାଦକ ସୌରଭ ଗାଙ୍ଗୁଲି ଓ ଜୟ ଶାହା। ଦୁହେଁ ଚଳିତ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ସେମାନଙ୍କ ପଦରେ ରହିବେ। ଏହାସହ ଗାଙ୍ଗୁଲି ଓ ଶାହା ଯଦି ଚାହାନ୍ତି; ୨ୟ ଥର ମଧ୍ୟ ଉପରୋକ୍ତ ପଦବୀ ପାଇଁ ନିର୍ବାଚନ ଲଢ଼ିପାରିବେ ଏବଂ ଆଉ ୩ ବର୍ଷ ସେମାନଙ୍କ ପଦବୀରେ ରହିପାରିବେ। ସୁପ୍ରିମକୋର୍ଟ ବୁଧବାର ତାଙ୍କ ରାୟରେ ତା’ର ସମ୍ବିଧାନ ସଂଶୋଧନ କରିବାର ଅନୁମତି ଦେଇଛନ୍ତି। ଏହାସହ ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ଯେ ବିସିସିଆଇର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ କ୍ରମାଗତ ୨ଟି କାର୍ଯ୍ୟକାଳ ରହିପାରିବେ। ଅର୍ଥାତ୍ ବୋର୍ଡର କର୍ମକର୍ତ୍ତା ୩ଟି ବର୍ଷ ଲେଖାଏଁ ୨ଟି କାର୍ଯ୍ୟକାଳ; ଏହିପରି ମୋଟ ୬ ବର୍ଷ ରହିପାରିବେ। ଏହାସହ ରାଜ୍ୟ କ୍ରିକେଟ୍‌ ସଂଘ ଓ ବିସିସିଆଇର କର୍ମକର୍ତ୍ତାଙ୍କ କ୍ରମାଗତ ୨ଟି କାର୍ଯ୍ୟକାଳ ମଧ୍ୟରେ ୩ ବର୍ଷର ବାଧ୍ୟତାମୂଳକ କୁଲିଂ ଅଫ୍‌ ସମୟ ରହିବ ନାହିଁ।

କାନ ଭିତରେ ପଶିଛି ସାପ; ଦେଖନ୍ତୁ ଭିଡିଓ

ତା’ର ସମ୍ବିଧାନରେ ସଂଶୋଧନ କରି ଗାଙ୍ଗୁଲି ଓ ଶାହାଙ୍କ ପରି କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ତା’ର ସମ୍ବିଧାନ ସଂଶୋଧନ ପଇଁ ବିସିସିଆଇ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲା; ତା’ର ରାୟ ବୁଧବାର ପ୍ରକାଶ ପାଇଛି। ରାଜ୍ୟ କ୍ରିକେଟ୍‌ ସଂଘ ଓ ବିସିସିଆଇର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୩ ବର୍ଷର ବାଧ୍ୟତାମୂଳକ କୁଲିଂ ଅଫ୍‌ ସମୟ ନିୟମରେ ରିହାତି ଦେବାକୁ ବିସିସିଆଇ ଅପିଲ କରିଥିଲା। ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ରାୟରେ ଦର୍ଶାଇଛନ୍ତି ଯେ ଏଣିକି କର୍ମକର୍ତ୍ତା କ୍ରମାଗତ ୧୨ ବର୍ଷ ବିଭିନ୍ନ ପଦ ପଦବୀରେ ରହିପାରିବେ। ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ରେ ୩ ବର୍ଷ ଲେଖାଏଁ ୨ଟି କାର୍ଯ୍ୟକାଳ ଏବଂ ବିସିସିଆଇରେ ମଧ୍ୟ ୩ ବର୍ଷ ଲେଖାଏଁ ୨ଟି କାର୍ଯ୍ୟକାଳ; ଏହିପରି ମୋଟ ୧୨ ବର୍ଷ ରହିପାରିବେ। ଏହାପରେ ଯାଇ କୁଲିଂ ଅଫ୍‌ ସମୟ ନିୟମ ଲାଗୁହେବ।

କୌଣସି କ୍ରିକେଟ୍‌ ସଂଘରେ ଏକଚାଟିଆ ଆଧିପତ୍ୟ ଏଡ଼ାଇବା ଲାଗି କୁଲିଂ ଅଫ୍‌ ସମୟ ନିୟମ ଲାଗୁ କରାଯିବାର ଉଦ୍ଦେଶ୍ୟ। ଜଣେ କର୍ମକର୍ତ୍ତା ରାଜ୍ୟ କ୍ରିକେଟ୍‌ ସଂଘରେ ଯେତେବର୍ଷ ରହିଥାଆନ୍ତୁ ପଛେ; ବିସିସିଆଇରେ କ୍ରମାଗତ ୨ ଥର କର୍ମକର୍ତ୍ତା ରହିବା ପରେ କୁଲିଂ ଅଫ୍‌ ସମୟ ନିୟମ ଲାଗୁ କରାଯିବ। ସୌରଭ ଗାଙ୍ଗୁଲି କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌ (ସିଏବି)ରେ ୩ ବର୍ଷ ଏବଂ ଜୟ ଶାହା ଗୁଜରାଟ କ୍ରିକେଟ୍‌ ଆସୋସିଏସନ୍‌ (ଜିସିଏ)ରେ ୩ ବର୍ଷ କର୍ମକର୍ତ୍ତା ରହି ସାରିଛନ୍ତି। ଦୁହେଁ ଏବେ ସଭାପତି ଓ ସମ୍ପାଦକ ଥିବା ବେଳେ ଆଉ ୩ ବର୍ଷ ଏହି ପଦରେ ରହିପାରିବେ। ବିସିସିଆଇରେ ଗାଙ୍ଗୁଲି ଓ ଶାହାଙ୍କ କାର୍ଯ୍ୟକାଳ ଚଳିତମାସରେ ସରିଯାଉଛି।

ଲୋଧା କମିଟି ସୁପାରିସ ଅନୁସାରେ ପ୍ରସ୍ତୁତ ବିସିସିଆଇ ସମ୍ବିଧାନ ଅନୁସାରେ, ରାଜ୍ୟ କ୍ରିକେଟ୍‌ ସଂଘ ହେଉ ବା ବିସିିସିଆଇ କିମ୍ବା ମିଳିତ ଭାବେ ଜଣେ କର୍ମକର୍ତ୍ତା ୬ ବର୍ଷ ରହିବା ପରେ ତାଙ୍କୁ ୩ ବର୍ଷ ବାଧ୍ୟତାମୂଳକ କୁଲିଂ ଅଫ୍‌ ସମୟ କାଟିବାକୁ ପଡ଼ିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟ ସଂଘ ଓ ବିସିସିଆଇ ଭିନ୍ନ ହୋଇଥିବାରୁ ଉଭୟରେ ଜଣେ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳକୁ ପୃଥକ୍ ଭାବେ ଗଣନା କରାଯିବ। ଚଳିତମାସରେ ବିସିସିଆଇର ନିର୍ବାଚନ ଥିବାରୁ ସୁପ୍ରିମକୋର୍ଟରେ ମାମଲା ଥିବାରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇନଥିଲା। ଏବେ ବିସିସିଆଇରେ ନିର୍ବାଚନ ଲାଗି ପଥ ପରି​ଷ୍କାର ହୋଇଛି। ଯଦି ଗାଙ୍ଗୁଲି, ଜୟ ଶାହା ଓ ଅନ୍ୟ କର୍ମକର୍ତ୍ତାଙ୍କୁ ରଖିବାକୁ ବିସିସିଆଇ ଚାହେଁ; ତେବେ ସେମାନେ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିପାରିବେ।

Comments are closed.