ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ସୌରଭ ସୁରକ୍ଷିତ

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସଓ୍ବେ ଦାଦୁପୁର ନିକଟରେ ଦୁର୍ଘଟଣା ଘଟିଛି । ତେବେ ଏଥିରେ ଅଳ୍ପକେ ସୌରଭ ବର୍ତ୍ତିଯାଇଛନ୍ତି । ସାମ୍ନାକୁ ଏକ ଲରୀ ଆସିବା ଫଳରେ କାରକୁ ଅଚାନକ ବ୍ରେକ୍ ମାରିବାକୁ ପଡିଥିଲା । ତେବେ ପଛରେ ଆସୁଥିବା କିଛି କାର୍ ମଧ୍ୟରେ ଧକ୍କା ହୋଇଥିବା ଖବର ଆସିଛି । ଦୁର୍ଘଟଣାରେ ସୌରଭ ଗାଙ୍ଗୁଲି ସୁରକ୍ଷିତ ଅଛନ୍ତି ।
Comments are closed.