ସାଉଦି ରାଜକୁମାରଙ୍କୁ ଅଲ୍‍ କାଏଦାର ହତ୍ୟା ଧମକ

0

ରିଆଦ : ସାଉଦି ଆରବର ସଂସ୍କାରଧର୍ମୀ ଶାସକ ରାଜକୁମାର ମହମ୍ମଦ ବିନ୍‍ ସଲମାନଙ୍କୁ ଅଲ୍‍ କାଏଦା ହତ୍ୟା ଧମକ ଦେଇଛି। ସଲମାନ ବିଭିନ୍ନ ସମାଜ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ମହିଳାଙ୍କୁ ସମାଜର ମ୍ୟୁ ସୋତକୁ ଆଣିବା ପ୍ରୟାସ କରୁଛନ୍ତି। ମହିଳାଙ୍କୁ ଗାଡ଼ି ଚଳାଇବା ସୁଯୋଗ ଦେବା ସହିତ ସିନେମା ପ୍ରଦର୍ଶନର ବ୍ୟବସ୍ଥା ରିଛନ୍ତି। ଏସବୁକୁ ଅଲ କାଏଦା ପକ୍ଷରୁ ଅନ୍ୟାୟ ଓ ପାପ କର୍ମ ବୋଲି କୁହାଯାଉଛି। ଏଭଳି ପଦକ୍ଷେପ ବନ୍ଦ କରିବାକୁ ସଲମାନଙ୍କୁ ଚେତାବନୀ ଦିଆଯିବା ସହ ହତ୍ୟା ଧମକ ଦିଆଯାଇଛି।

Leave A Reply