କେରଳରୁ ଆମଦାନୀ ନିଷେଧ କଲା ସାଉଦୀ ଆରବ

0

ରିୟାଦ : ନିପା ସଂକ୍ରମଣ କାରଣରୁ ଦାକ୍ଷିଣାତ୍ୟ ରାଜ୍ୟ କେରଳ ପାଇଁ ଦିନକୁ ଦିନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କେରଳରେ ନିପା ମହାମାରୀର ରୂପ ନେଉଥିବା ବେଳେ ଏହାର ପ୍ରଭାବ ରାଜ୍ୟର ବାଣିଜ୍ୟ ଉପରେ ପଡିଛି। କେରଳରୁ ସଂରକ୍ଷିତ ତଥା ପ୍ରକ୍ରିୟାକରଣ ହୋଇଥିବା ଫଳ ଓ ପନିପରିବା ଆମଦାନୀକୁ ସାଉଦୀ ଆରବ ନିଷେଧ କରିଛି। ଏ ନେଇ ମେ’ ୨୯ରେ ଏକ ନିଷେଧାଦେଶ ଜାରି କରାଯାଇଛି। କେରଳରୁ ରପ୍ତାନୀ ହେଇଥିବା ୧୦୦ ଟନ୍‍ ଫଳ, ପନିପରିବା ଏବଂ ସତେଜ ଉତ୍ପାଦକୁ ନିଜ ଦେଶର ସୀମାରେ ପ୍ରବେଶ କରାଇବା ନେଇ ସାଉଦୀ ଆରବ ସରକାର ବାରଣ କରିଛନ୍ତି। ଅନ୍ୟପଟେ ନିପା ମୁକାବିଲା ନିମନ୍ତେ ସାଉଦୀ ଆରବର ଏକ ସ୍ୱାସ୍ଥ୍ୟ ସଂସ୍ଥା ‘ଭିପିଏସ୍‍ ହେଲ୍‍ଥ କେୟାର’ ପକ୍ଷରୁ ଚିକିତ୍ସା ସମ୍ବନ୍ଧୀୟ ସାମଗ୍ରୀ କେରଳ ସରକାରଙ୍କ ନିକଟକୁ ପଠାଯାଇଥିବା ଜଣାପଡିଛି। ରାଜ୍ୟରେ ନିପା ସଂକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ୨୦୦୦ରୁ ଊର୍ଦ୍ଧ୍ବ ଲୋକ ନିପା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।

Leave A Reply