www.samajalive.in
Saturday, December 13, 2025
14.1 C
Bhubaneswar

ଏମ୍ସ ଚିକିତ୍ସକଙ୍କୁ ରାକ୍ଷୀ ବାନ୍ଧିଲେ ଏସଓଏସ ଅନ୍ତେବାସୀ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ କରୁଥିବା ସ୍ୱାସ୍ଥ୍ୟଯତ୍ନ ପ୍ରଦାନକାରୀମାନଙ୍କ ପ୍ରତି ସ୍ନେହ ଓ ପ୍ରଶଂସାର ସଙ୍କେତ ସ୍ୱରୂପ ଏସଓଏସ ଚିଲଡ୍ରେନ୍ସ ଭିଲେଜ, ଭୁବନେଶ୍ୱରର ପିଲାମାନେ ଏମ୍ସ ଭୁବନେଶ୍ୱରର ଡାକ୍ତରମାନଙ୍କୁ ରକ୍ଷା ବନ୍ଧନର ଅବ୍ୟବହିତ ପୂର୍ବରୁ ରାକ୍ଷୀ ବାନ୍ଧିବା ସହିତ ସେମାନଙ୍କ ଦ୍ୱାରା କାର୍ଡ଼ ପ୍ରଦାନ କରିଥିଲେ। ଏଥିସହିତ ସେମାନେ ଏମ୍ସର ନର୍ସ ଓ କର୍ମଚାରୀଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱରର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ପିଲାମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ସୁମନ୍ତ କର କହିଥିଲେ, ରାକ୍ଷୀ ଓ କାର୍ଡ଼ ତିଆରି କରିବା ଏକ କଳା। ଏହା ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ କରିଥାଏ। ପିଲାମାନେ ଏହି ଅବସରରେ ଭାରତୀୟ ସଂସ୍କୃତିର ମହାନ ପରମ୍ପରାକୁ ମଧ୍ୟ ବୁଝିପାରିଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories