www.samajalive.in
Sunday, December 7, 2025
26.1 C
Bhubaneswar

କନଷ୍ଟେବଳଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ମାଫିଆ

ସୋର: କେନ୍ଦ୍ରାଞ୍ଚଳ ଅବକାରୀ ସ୍ୱାଡ୍‌ର କନଷ୍ଟେବଳଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖଇରା ଥାନା ଅଧିନସ୍ଥ ତୁରିଗଡ଼ିଆରେ ଚଢ଼ାଉ କରି ଫେରୁଥିବା ବେଳେ ମାଫିଆ ମାନେ କନଷ୍ଟେବଳ ବସନ୍ତ ମଲ୍ଲିକଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି ।  ମାଫିଆଙ୍କ ଆକ୍ରମଣ​‌ରେ କନଷ୍ଟେବଳ ବସନ୍ତ ଗୁରୁତର ହେବା ସହ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ବସନ୍ତ ତୁରିଗଡ଼ିଆରେ ଚଢ଼ାଉ କରି ଫେରୁଥିଲେ । ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର ମଦ ଓ ବାଇକ୍‌ ଜବତ ହୋଇଥିଲା । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା ବିଭାଗ । ହେଲେ ଅଭିଯୁକ୍ତ ସହ ଜବତ ହୋଇଥିବା ମଦ ଓ ବାଇକ୍‌ ନେଇ ଫେରୁଥିବା ବେଳ ରାସ୍ତାରେ କନଷ୍ଟେବଳ ବସନ୍ତଙ୍କୁ ୮ରୁ ୧୦ଜଣ ମାଫିଆ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ମାଫିଆ ମାନେ ଜବତ ସାମଗ୍ରୀ ଛଡ଼ାଇନେବା ସହ ଅଭିଯୁକ୍ତକୁ ମଧ୍ୟ  ଖସାଇ ନେଇଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories